ଭୁବନେଶ୍ଵର ୦୧/ ୦୪ : ବହୁଚର୍ଚ୍ଚିତ ଫଟୋଗ୍ରାଫର୍ ମାନସ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ବଡ ଆଶ୍ବସ୍ତି । ଜେରା ବେଳେ କ୍ରାଇମବ୍ରାଞ୍ଚ ଆଗରେ ଦୋଷ ମାନିଲା ମୁଖ୍ୟ ଅଭିଯୁକ୍ତ ତଥା ହତ୍ୟାକାଣ୍ଡର କିଙ୍ଗ୍ପିନ୍ ଶର୍ମିଷ୍ଠା ରାଉତ । କ୍ରାଇମ୍ ସିନ୍ ରିକ୍ରିଏସନ୍ ବେଳେ ହତ୍ୟାକାଣ୍ଡର ଟିକନିକ୍ ତଥ୍ୟ ଓଗାଳିଛି ମୁଖ୍ୟ ଅଭିଯୁକ୍ତ । ମାନସକୁ କିଭଳି ଭାବେ ଫସାଯାଇଥିଲା, କେଉଁଠିକୁ ନିଆଯାଇଥିଲା ଏବଂ କିଭଳି ଭାବେ ହତ୍ୟା କରାଯାଇଥିଲା ସେ ସବୁ ଗୁମର ଖୋଲିଛି ଶର୍ମିଷ୍ଠା ।କ୍ରାଇମବ୍ରାଞ୍ଚ ଆଗରେ ସବୁ ସତ ଓଗାଳିଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ତଦନ୍ତ ଅପଡେଟ ନେଇ ରାଜ୍ୟ କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଅପହରଣ, ହତ୍ୟା ମାନିଥିବା ସୂଚନା ଫେବ୍ରୁଆରୀ ୭ରେ ମାନସଙ୍କୁ ଶର୍ମିଷ୍ଠା ସହଯୋଗୀଙ୍କ ସହ ଅପହରଣ କରିଥିଲେ ସେଠାରୁ ଦୟାଲ ଆଶ୍ରମ ଆଣି ଅମାନୁଷିକ ଭାବେ ମାଡ଼ ମାରିଥିଲେ ହତ୍ୟା ପରେ ୮ ତାରିଖ ଦିନ ଶର୍ମିଷ୍ଠାଙ୍କ କାରରେ ଶବ ନିଆଯାଇଥିଲା ମାନସଙ୍କ ଶବ ପୋତିବା ପାଇଁ ୧୦ କେଜି ଲୁଣ କିଣିିଥିଲେ ଅଭିଯୁକ୍ତ ଝୁନାଙ୍କ ସହ ମିଶି ଶର୍ମିଷ୍ଠା ଝୋଟ ଅଖା, ସୁତୁଲି, ଗ୍ଲୋଭସ କିଣିଥିଲେ ଭୁବନେଶ୍ୱର ୧ ନମ୍ବର ମାର୍କେଟରୁ ଏସବୁ ଜିନିଷ କିଣିଥିଲେ ଉଭୟରାସ୍ତାରେ ଯିବା ବେଳେ ରାଜସୁନାଖଳାରୁ ୧୦ କେଜି ଲୁଣ କିଣିଥିଲେ ରାଜସୁନାଖଳାରୁ କୋଦାଳ, ଗଇଁତି କିଣିଥିଲେ ଭାଗ୍ୟଧର, ରଞ୍ଜନ ସବୁ ଜିନିଷ ଧରି ମାନସଙ୍କ ଶବକୁ ବଧିପାଟଣାରେ ପୋତିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |