କାବୁଲରେ ମସଜିଦ୍ ନିକଟରେ ବୋମା ବିସ୍ଫୋରଣ, ୮ ମୃତ

ନୂଆଦିଲ୍ଲୀ ,୦୬/୦୮: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଦୁଇଟି ବିସ୍ଫୋରଣ ହୋଇଛି । ଏଥିରୁ ଗୋଟିଏ ସେଠାରେ ଥିବା ହଜାରା ମସ୍ଜିଦ ଉପରେ ହୋଇଛି । ଏହି ବିସ୍ଫୋରଣରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ ପାଇଁ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ନିଜକୁ ଦାୟୀ କରିଛି । ମହିଳାମାନଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିଲା । ଘଟଣାରେ ପୀଡିତଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଅଛନ୍ତି । ମୃତକଙ୍କ ବ୍ୟତୀତ କିଛି ଲୋକ ଆହତ ହୋଇଛନ୍ତି, ଯେଉଁମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ତେବେ ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ନିଜକୁ ଦାୟୀ କରିଛି । ପୋଲିସର ସୂଚନା ଅନୁସାରେ ମୃତ୍ୟୁ ସଂଖ୍ୟା ୮ ରହିଥିବା ବେଳେ , ଏହି ବିସ୍ଫୋରଣରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଆଇଏସ୍ ଦାବି କରିଛି । ଘଟଣାର କିଛି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି ।  ଖବର ଅନୁସାରେ, କାବୁଲର ପଶ୍ଚିମ ପାଶ୍ୱର୍ରେ ଏହି ବିସ୍ଫୋରଣ ହୋଇଛି । ହଜାରା ଓ ଶିୟା ଲୋକଙ୍କୁ ଟାର୍ଗେଟ କରାଯାଇଛି । ଅନ୍ୟ ଏକ ବୋମା ଇମାମ ମହମ୍ମଦ ବାକେରରେ ହୋଇଛି, ଯାହାକି କାବୁଲର ସର-ଏ-କରୀଜ ଅଞ୍ଚଳରେ ଥିବା ଜନାନା ମସଜିଦ ରହିଛି । କାବୁଲର ଯେଉଁ ଅଞ୍ଚଳରେ ବିସ୍ଫୋରଣ ହୋଇଛି, ସେଠାରେ ମୁଖ୍ୟତଃ ଶିୟା ସଂପ୍ରଦାୟର ମୁସଲମାନମାନେ ବସବାସ କରିନ୍ତି । ଆଫଗାନିସ୍ତାନ ପୁଲିସର କହିବା ଅନୁସାରେ ବିସ୍ଫୋରଣରେ ଅତିକମରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ ଯୋଗୁଁ ୧୮ ଜଣ ଆହତ ହୋଇଛନ୍ତି । ଅନ୍ୟପଟରେ ଇସଲାମିକ ଷ୍ଟେଟ୍ ନିଜର ବୟାନରେ କହିଛି ଯେ, ୨୦ ଲୋକଙ୍କର ମୃତ୍ୟୁ ଓ ଆହତ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: