କାମ ଦେଲାନି ବିରୋଧ, ରାଜ୍ୟସଭାରେ ଗୃହିତ ହେଲା କୃଷି ବିଲ୍

ନୂଆଦିଲ୍ଲୀ,୨୦/୯ : ପ୍ରବଳ ହଟ୍ଟଗୋଳ ମଧ୍ୟରେ ରବିବାର ବାଚନିକ ଭୋଟରେ ରାଜ୍ୟସଭାରେ କୃଷି ବିଲ୍ ଗୃହିତ ହୋଇଛି। ମୌସୁମୀ ଅଧିବେଶନର ସପ୍ତମ ଦିନରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର  ରାଜ୍ୟସଭାରେ କୃଷି ସମ୍ବନ୍ଧୀୟ ୩ଟି ବିଲ୍ ଆଗତ କରିଥିଲେ। ତେବେ କଂଗ୍ରେସ,ତୃଣମୂଳ କଂଗ୍ରେସ, ବିଜୁ ଜନତା ଦଳ ସମେତ ବିଭିନ୍ନ ଦଳର ବିରୋଧ ସତ୍ତ୍ବେ ଶେଷରେ ଧ୍ବନିମତରେ ଏହି ବିଲ୍ ରାଜ୍ୟ ସଭାରେ ଗୃହିତ ହୋଇଛି। ପୂର୍ବରୁ ଏହି ବିଲ୍ ଲୋକସଭାରେ ଗୃହିତ ହୋଇଥିଲା। ତେବେ ଏହାକୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଦାବି କରାଯାଇଥିଲା।କୃଷି ବିଲକୁ ନେଇ ଆଜି ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଟିଏମସିର ଡେରିକ ଓବ୍ରାଏନ ଗୃହର ମଧ୍ୟଭାଗକୁ ଚାଲିଆସି ଉପାଧ୍ୟକ୍ଷଙ୍କ ଟେବୁଲ ଉପରୁ ରୁଲ୍ ବୁକକୁ ନେଇ ଚିରିଦେଇଥିଲେ। ପରେ ଉପାଧ୍ୟକ୍ଷ ୧୦ ମିନିଟ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏହା ପରେ ଗୃହରେ ଭୋଟିଂ ଆରମ୍ଭ ହୋଇଥିଲା ଓ ବାଚନିକ ଭୋଟରେ ଗୃହିତ ହୋଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!