ନୂଆଦିଲ୍ଲୀ,୨୪।୫: ପପୁଲାର ସିରି ଟିଭି ସିରିୟଲ ‘ସାରାଭାଈ ଭର୍ସେସ ସାରାଭାଈ’ର ଫେସ ଅଭନେତ୍ରୀ ବୈଭବୀ ଉପାଧ୍ୟାୟ ଆଉ ନାହାନ୍ତି । ଏକ ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀ ବୈଭବୀଙ୍କର ମୃତ୍ୟୁ ଘଟିଛି । ନିୟନ୍ତ୍ରଣ ହରାଇ ଅଭିନେତ୍ରୀଙ୍କ କାର ଏକ ଖାଇ ମଧ୍ୟକୁ ପଶିଯାଇଥିଲା । ଅଭିନେତ୍ରୀଙ୍କର ଅକାଳ ବିୟୋଗରେ ସିନେ ଜଗତରେ ଶୋକର ଲହରୀ ଖେଳି ଯାଇଛି ।ବୈଭବୀ ନିଜର ମଙ୍ଗେତରଙ୍କ ସହିତ କାରରେ ଆସୁଥିବା ବେଳେ ହିମାଚଳ ପ୍ରଦେଶର କୁଲ୍ଲୁଠାରେ ତାଙ୍କର ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଳା । ଦୁହେଁ ସାଙ୍ଗ ହୋଇ କାରରେ ଆସୁଥିବା ବେଳେ କଣ୍ଟ୍ରୋଲ ହରାଇବାରୁ କାରଟି ଖାଇ ଭିତରକୁ ପଶିଯାଇଥିଲା । ଟିଭି ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ବୈଭବୀଙ୍କ ମୃତ୍ୟୁ ଖବର ପାଇ ସ୍ତବ୍ଧ ହୋଇଯିବା ସହିତ ଏନେଇ ଇନଷ୍ଟାଗ୍ରାମରେ ଦୁଃଖ ପ୍ରକାଶ କରି ଫଟୋ ଶେୟାର କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |