କାର୍ ଧକ୍କାରେ ଛାତ୍ରଙ୍କ ମୃତ୍ୟୁ, ସ୍ଥାନୀୟଲୋକଙ୍କ ରାସ୍ତାରୋକ

ପଟ୍ଟାମୁଣ୍ଡାଇ ,୧୮/୦୬: ସ୍କୁଲ ଯାଉଥିବା ବେଳେ ନବମ ଶ୍ରେଣୀ ଛାତ୍ରଙ୍କୁ ଧକ୍କା ଦେଲା କାର୍।  ନାବାଳିକା  ଛାତ୍ରଙ୍କୁ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଏଭଳ ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଳା ବିଲିକଣା ନିକଟରେ ଘଟିଛି। ପରେ ସ୍ଥାନୀୟଲୋକ କଟକ-ଚାନ୍ଦବାଲି ରାସ୍ତା ବିଲିକଣା ନିକଟରେ ରାସ୍ତାରୋକ କରିଛନ୍ତି | କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ କଅଁରପୁର ଗ୍ରାମର ଜିତେଶ ବେହେରା ପତ୍ରପୁର ହାଇସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲା । ଶନିବାର ସକାଳ ୧୦ରେ ସ୍କୁଲ ଯିବା ବାଟରେ ବିଲିକଣା ନିକଟରେ ଏକ କାର୍ ପଛରୁ ଧକ୍କା ଦେଇଥିଲା । ଦୁର୍ଘଟଣାର ଶିକାର ଛାତ୍ର ଜଣଙ୍କୁ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରଥିଲେ। ନାବାଳକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିବା ସହ ଗାଡିଟିକୁ ପିଟି ଭାଙ୍ଗି ଦେଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା ଜାରି ରଖିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: