କାର ସହ ବାଇକ ଧକ୍କା:୨ ଗୁରୁତର

ଗଞ୍ଜାମ-୦୮/୦୬(ମନୋଜ କୁମାର ପାତ୍ର):ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଲୁହାଶଙ୍ଖ ବାଲି ଢ଼ାବା ନିକଟରେ ଏକ ମୋଟରସାଇକଲ ସହିତ ଏକ କାର ର ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣ ଗୁରୁତର ଆହାତ ହୋଇ ବ୍ରହ୍ମପୁର ମେଡିକାଲ ରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ, ବେଗୁନିଆପଡା ବି.ନୂଆପଲି ଗ୍ରାମର ଅଶୋକ ନାୟକ ଓ ଜ୍ୟୋସ୍ନା ନାୟକ ନିଜର ମୋଟରସାଇକଲ ଯୋଗେ ବାରସର ଅଭିମୁଖେ ଯାଉଥିବା ସମୟରେ ସମ୍ମୁଖ ରାସ୍ତାରୁ ଖଲ୍ଲିକୋଟ ଯାଉଥିବା କାର ସହ ଧକ୍କା ହୋଇଥିଲା ।ମୋଟରସାଇକଲ ଆରୋହୀ ସେଠାରେ ଛିଟିକି ପଡ଼ିଥିଲେ।ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଥିବା ଲୋକେ ୧୦୮ ଆମ୍ବୁଲାନସ ଡାକି କୋଦଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରିଥିଲେ କିନ୍ତୁ ଦୁହିଁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।

WhatsApp Image 2021 06 08 at 1.12.19 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: