କାର ସହ ୩୫ କେଜି ଗଞ୍ଜେଇ ଜବତ, ୩ ଜଣ ଚାଲାଣକାରୀ ଗିରଫ

ବୈପାରିଗୁଡା,୨୦/୯ :ବୈପାରିଗୁଡା ପୋଲିସ ହାତରେ ପଡିଲା ମଧ୍ୟପ୍ରଦେଶକୁ ଚାଲାଣ ହେଉଥିବା ଗଞ୍ଜେଇ । ବୈପାରିଗୁଡା ଆଇଆଇସି ମହେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଶନିବାର ଦିନ କଟାଛକରେ ଚଢାଉ କରି ଏକ କାର ସହ ୩୫ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି ।ବୈପାରିଗୁଡା ଥାନାଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ସୂଚନା ଅନୁଯାୟୀ ଲମତାପୁଟ ରାସ୍ତା ଦେଇ( MP- CA-6041)ନମ୍ବର ବିଶିଷ୍ଟ ଏକ ଧଳା ରଙ୍ଗ ସ୍କୋର୍ପିଓ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୈପାରିଗୁଡା ପୋଲିସ କଟାଛକରେ ଛପି ରହିଥିଲା ।ଠିକ ୧୦ଟା ସମୟରେ ଲମତାପୁଟ ପଟରୁ ଗାଡି ଆସି ଜୟପୁର ଯାଉଥିବା ସମୟରେ ଗାଡିକୁ କଟାଛକ ଠାରେ ଅଟକାଇ ଯାଞ୍ଚ କରାଯାଇଥିଲା ।ଯାଞ୍ଚ ସମୟରେ ପୋଲିସ ଜାଣିବାକୁ ପାଇଥିଲା ଯେ ଗାଡି ଭିତରେ ଏକ ଗଞ୍ଜେଇ ବସ୍ତା ରହିଛି ।ବୈପାରିଗୁଡା ତହସିଲଦାର ଦାୟତ୍ବରେ ଥିବା କୁନ୍ଦୁରା ତହସିଲଦାର ସଞ୍ଜିବ କୁମାର ଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ପୋଲିସ ସ୍କୋର୍ପିଓ ଗାଡି ସହ ଗଞ୍ଜେଇ ଜବତ କରିଥିବା ବେଳେ ଏଥିରେ ସାମିଲ ଥିବା ମଧ୍ୟପ୍ରଦେଶ ଅଞ୍ଚଳର ଏସକେ କାଲିମ ,କାନେୟା ଗିରି ଓ ଧିରଜ ବର୍ମାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ଏନଡିପିଏସ ଆକ୍ଟରେ ମାମଲା ନଂ ୧୧୧ ଅନୁଯାୟୀ U/S- 20 (b)(ii)(C) ରୁଜୁ କରି ଆଜି ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଆଇଆଇସି ମହେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!