କାଲିଠୁ ବନ୍ଦ ରହିବ ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ

ନୂଆଦିଲ୍ଲୀ,୪/୧୧:ବଢୁଥିବା ପ୍ରଦୂଷଣକୁ ଦେଖି ଆସନ୍ତାକାଲିଠୁ ଅର୍ଥାତ ନଭେମ୍ବର 5 ରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ପ୍ରାଥମିକ ସ୍କୁଲ ଗୁଡିକୁ ବନ୍ଦ କରିବା ନେଇ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି ବାୟୁ ପ୍ରଦୂଷଣ ।    ଯେପର୍ଯ୍ୟନ୍ତ ପ୍ରଦ୍ୟୁଷଣର ସ୍ତର ଠିକ ନ ହୋଇଛି ସେ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଦ୍ୱାରା ଛାତ୍ରଛାତ୍ରୀ ପ୍ରଦୂଷଣ ଦ୍ୱାରା ହେଉଥିବା କୌଣସି ବି ରୋଗରୁ ଯେମିତି ବର୍ତ୍ତି ପାରିବେ । ପ୍ରଦୂଷଣ ନିୟନ୍ତ୍ରଣ କରିବା ନେଇ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଉଛି । ଏହାସହ ପଞ୍ଚମ ଶ୍ରେଣୀରୁ ଉର୍ଦ୍ଧ୍ୱ ପିଲାଙ୍କ ଆଉଟଡୋର୍ ଆକ୍ଟିଭିଟି କାର୍ଯ୍ୟକଳପାକୁ ମଧ୍ୟ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ।ପିଲାଙ୍କ ସ୍ଵାସ୍ଥ୍ୟକୁ ଧ୍ୟାନରେ ରଖି ଦିଲ୍ଲୀ ସ୍କୁଲ ମାନଙ୍କୁ ଅଡ-ଇଭିନ ଫର୍ମୂଲାରେ ଖୋଲା ଯାଇପାରେ। ରାଜ୍ୟ ସରକାର ସ୍କୁଲ, କଲେଜ, ଏଜୁକେସନାଲ ଇନିଷ୍ଟିଚ୍ୟୁସନକୁ ଅଡ-ଇଭିନ ଫର୍ମୂଲାରେ ଚଳେଇବାକୁ ନିଷ୍ପତ୍ତି ନେଇପାରନ୍ତି । ରାଜଧାନୀର ଏଆଇକ୍ୟୁ ୫୦୦ ଉପରେ ପହଞ୍ଚିଯାଇଛି । ଏଥିରେ କେତେକ ସ୍ଥାନର ଏଆଇକ୍ୟୁ ୭୫୦ରେ ପହଞ୍ଚିଥିବା ଦେଖାଯାଇଛି ।  ଏଣୁ ଦିଲ୍ଲୀ ଓ ଏନସିଆରରେ ଗତ କିଛିଦିନ ହେଲା ଲୋକେ କାନ,ନାକ ଓ ଗଳାରେ ସଂକ୍ରମଣ ଅନୁଭବ କରୁଛନ୍ତି । ଏଥିରେ ବିଶେଷଜ୍ଞମାନେ ଆଗାମୀ ଦିନରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବିପଦ ଆହୁରି ବଢିପାରେ ବୋଲି କହିଛନ୍ତି । ନଭେମ୍ବର ୧୫ ପୂର୍ବରୁ ଏଥିରୁ ରିହାତି ମିଳିବା ଅସମ୍ଭବ ବୋଲି ସେମାନେ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: