କାଳବୈଶାଖୀ ବର୍ଷାରେ ଥଣ୍ଡାପଡ଼ିଲା ରାଜଧାନୀ

ଭୁବନେଶ୍ୱର,୨୫ା୫: ଆଜି ସକାଳ ୭ଟା ବେଳକୁ ଆରମ୍ଭ ହୋଇଯାଇଥିଲା ଖରା। ମଧ୍ୟାହ୍ନ ବେଳକୁ ମଧ୍ୟ ପ୍ରବଳ ଖରା ଯୋଗୁଁ ବାହାରକୁ ଯିବା ଅସମ୍ଭବ ହୋଇପଡୁଥିଲେ ବି ଦିନ ୨ଟା ୩୦ରେ ପାଗରେ ପରିବର୍ତ୍ତନ ଆସିଛି। କାଳବୈଶାଖୀ ବର୍ଷା ଯୋଗୁଁ ରାଜଧାନୀ ଭୁବନେଶ୍ବର ଥଣ୍ଡା ପଡ଼ିଛି। ରାଜଧାନୀବାସୀଙ୍କୁ ତାତିରୁ ମିଳିଲା ଆଶ୍ୱସ୍ତି । ଟୁଇନ ସିଟିରେ କାଳବୈଶାଖୀର ପ୍ରଭାବ। ପ୍ରବଳ ଘଡ଼ଘଡ଼ି ସହ ଆରମ୍ଭ ହୋଇଛି ପବନ ଓ ବର୍ଷା । ଅପରାହ୍ନ ଗୋଟାଏରୁ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଝିପିଝିପି ବର୍ଷା ଲାଗିରହିଛି ।  ରାଜଧାନୀବାସୀଙ୍କୁ ତାତିରୁ ମିଳିଲା ଆଶ୍ୱସ୍ତି ।   ପବନର ବେଗ ଘଣ୍ଟା ପିଛା ୪୦ରୁ ୫୦ କିମି ବହିଛି। କିଛି ସ୍ଥାନରେ ଚାଳ, ଛପର ଉଡାଇ ନେଇଛି। ସେହିପରି ରାସ୍ତାରେ ଗଛ ମଧ୍ୟ ପଡ଼ିଥିବା ସୂଚନା ମିଳିଛି |ଏଭଳି ପାଗ ୩/୪ ଦିନ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଖୋର୍ଦ୍ଧା,କଟକ, ଢେଙ୍କାନାଳ ଜିଲାରେ କାଳବୈଶାଖୀ ବର୍ଷା ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!