ରାଜକନିକା,୨୫\୧୦:ଗତକାଲିଠାରୁ ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭରରେ ଅନୁଷ୍ଠିତ ହେଇଛି ପ୍ରସିଦ୍ଧ କାଳୀପୂଜା । କାଳୀପୂଜା ପାଇଁ ଉତ୍ସବ ମୁଖର ହାଇଛି । ଏହି କାଳୀପୂଜା ୧୫ ଦିନ ଧରି ଅନୁଷ୍ଠିତ ହୁଏ l କାଳୀପୂଜା ଓଳାଭରରେ ନିଆରା ଅକାର୍ଷଣ ଆଣିଛି। ଉତ୍ସଵ ଆସିଲେ ସାଧାରଣ ଲୋକଠାରୁ ପୂଜା କମିଟିର କର୍ମକର୍ତ୍ତାଠୁ ଆରମ୍ଭ କରି ପ୍ରଶାସନ ସମସ୍ତେ ଚଳଚଞ୍ଚଳ ହୋଇଉଠିପଡିବା ଦେଖିବାକୁ ମିଳିଥାଏ। ଘରେ ଘରେ ଉତ୍ସବର ମାହୋଲ ଦେଖିବାକୁ ମିଳେ। କେନ୍ଦ୍ରାପଡ଼ା ଜିଲ୍ଲାର ପୁରାତନ ତଥା ପୁରାତନ ଶକ୍ତି ପୀଠ ତଥା ପ୍ରତ୍ୟକ୍ଷ ଶକ୍ତିପୀଠ ଭାବେ ସ୍ଥାନୀୟ ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର ସ୍ଥିତ ମା ଶ୍ୟମାକାଳୀଙ୍କ ପୂଜା ଏବେ 76ବର୍ଷରେ ପହଞ୍ଚିଛି।ଗତକାଲି ଏଠାରେ ଯଥା ରୀତି ପୂଜା ଅର୍ଚ୍ଚନା ଆରମ୍ଭ କରାଯାଇଛି। ସେହିପରି ମା’ କାଳୀ ପୀଠରେ କଳସ ଶୋଭାଯାତ୍ରା ଗତକାଲି ସକାଳୁ ଆରମ୍ଭ ହୋଇଥିଲା। ଓଳାଭର କାଳୀପୂଜା ଏକ ନିଆରା ବିଶେଷତ୍ବ ହେଉଛି ଯେ ସାଧାରଣ କାଳୀ ପୂଜା ହିନ୍ଦୁ ମାନଙ୍କର କାଳୀପୂଜା ଏକ ପାର୍ବଣ ଭାବେ ପରିଗଣିତ ହୁଏ କିନ୍ତୁ ଏଠି ବ୍ୟତିକ୍ରମ ଦେଖୁବାକୁ ମିଳେ। ଏଥିରେ କେବଳ ହିନ୍ଦୁ ସାମିଲ ହୁଏନି ମୁସଲମାନମାନେ ସାମିଲ ହୁଅନ୍ତି। ଏହି ଉତ୍ସାଵକୁ ସମ୍ପୂର୍ଣଭାବେ ଗଢି ତୋଳିବା ପାଇଁ ମୁସଲମାନ ସମ୍ପ୍ରଦାୟ ବ୍ୟକ୍ତିମାନଙ୍କର ପ୍ରମୁଖ ଭୂମିକା ଥାଏ। କାଳୀପୂଜା ପ୍ରସ୍ତୁତି ଠାରୁ ପୂଜା ଶେଷ ହେବା ପର୍ଯ୍ୟନ୍ତ ମୁସଲମାନ ଓ ହିନ୍ଦୁମାନେ ମିଳିମିଶି କରିବା ଦେଖିବାକୁ ମିଳେ l ଆଜି ସମୟରେ ମା’ଙ୍କର ପଥରରେ ମୂର୍ତ୍ତି ହେବା ସହିତ ମା ବିରାଟ କାୟ ମନ୍ଦିରରେ ଅବସ୍ଥାପିତ| ସ୍ଥାନୀୟ ଲୋକେ କୁହନ୍ତି ମା ହେଉଛନ୍ତି ପ୍ରତେକ୍ଷ୍ୟ ଦେବୀ ଯିଏ ଯେଉଁ ମାନସିକ କରେ ମା ପାଖରେ ନିଷ୍ଠାର ସହିତ ତାକୁ ମା’ ପୂରଣ କରନ୍ତିl ସେହିଭଳି ପ୍ରତ୍ୟେକ ଶନିବାର ଦିନ ମାଙ୍କୁ ସିନ୍ଦୁର ମନ୍ଦାର ଲାଗି କଲେ ସର୍ବସିଦ୍ଧି ହେବାର ବିଶ୍ୱାସ ରହିଛି l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |