ନୂଆଦିଲ୍ଲୀ : କାଶ୍ମୀର ଉପତ୍ୟକାରେ ସିଆରପିଏଫର ନେତୃତ୍ବ ନେବେ ମହିଳା ଆଇପିଏସ୍ ଚାରୁ ସିହ୍ନା। ସିଆରପିଏଫର ଆଇଜି ପାହ୍ୟାର ଏହି ଅଧିକାରୀଙ୍କୁ ଶ୍ରୀନଗର ସେକ୍ଟରରେ ନିଯୁକ୍ତି କରାଯାଇଛି। କାଶ୍ମୀରରେ ଆତଙ୍କବାଦ ଦମନ ଅଭିଯାନରେ ସିଆରପିଏଫ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି। ୧୯୯୬ ବ୍ୟାଚ ତେଲଙ୍ଗାନା କ୍ୟାଡର ଏହି ମହିଳା ଆଇପିଏସ୍ ଏବେ ଜାମ୍ମୁରେ କାର୍ଯ୍ୟରତ ଅଛନ୍ତି। ଏହା ପୂର୍ବରୁ ସେ ବିହାରରେ ସିଆରପିଏଫର ନକ୍ସଲ ବିରୋଧୀ ଅଭିଯାନର ନେତୃତ୍ବ ନେଇଥିଲେ। ଚାରୁଙ୍କ ପୂର୍ବରୁ ଅନ୍ୟଜଣେ ମହିଳା ଆଇପିଏସ୍ ସୋନାଲି ମିଶ୍ର କାଶ୍ମୀରରେ ବିଏସଏଫର ନେତୃତ୍ବ ନେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |