ମାଲକାନଗିରି, ୨୯/୫ (ଶ୍ରୀନିବାସ ପଣ୍ଡା):କରୋନା ମହାମାରୀ ଦ୍ୱିତୀୟ ଲହର ବିଶ୍ୱ ବାସୀଙ୍କୁ ଆତଙ୍କିତ କରିଥିବା ବେଳେ, ମାଲକାନଗିରି ପୋଲିସ ଏବଂ ପ୍ରଶାସନ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଯଥେଷ୍ଟ ପୂର୍ବରୁ ଲକ ଡାଉନ ଏବଂ ସପ୍ତାହନ୍ତ ସଟ ଡାଉନ ଲାଗୁ କରିଛନ୍ତି। ସୀମାନ୍ତ ତିନୋଟି ପ୍ରଦେଶ ଅତ୍ୟଧିକ ମାତ୍ରାରେ କରୋନା ପ୍ରପୀଡ଼ିତ। ସେଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଅତ୍ୟନ୍ତ ସଜାଗ। ଲୋକମାନେ ଅବସ୍ଥାକୁ ବୁଝି ସାରିଲେଣି। ଯାହା ପୋଲିସ ପାଇଁ ଟିକେ ସହଜ। କିନ୍ତୁ କିଛି ଅବୁଝା ପୋଲିସ କୁ ଚକମା ଦେବାର ମଜା ଉଠାଉ ଥିବା ଦେଖା ଦେଇଛି। ଆଜି ସକାଳ ସମୟରେ ମାଲକାନଗିରି ଥାନାର ସବ ଇନିସ୍ପେକ୍ଟର ରଜନୀକାନ୍ତ ଦୀପ କିଛି ସିପାହୀ ଙ୍କୁ ନେଇ ଡିଏନକେ ମୁଖ୍ୟ ରାସ୍ତାରେ ଚେକିଂ କରୁଥିବା ବେଳେ ଏପ୍ରକାର ସମସ୍ୟା ହେଉଥିବା ଦେଖିବାକୁ ମିଳିଛି। ପୋଲିସ ମଧ୍ୟ ଟଙ୍କା ନଥିବା ହେତୁ ରସିଦ କାଟି ପାରୁନାହିଁ। ଅତ୍ୟନ୍ତ ପକ୍ଷେ ସମସ୍ତ ଚେକିଂ ପଏଣ୍ଟ ରେ ପ୍ରଶାସନ ତରଫରୁ ଇ ଚାଲାଣ ମେସିନ ଯୋଗାଇ ଦେଲେ ଟଙ୍କା ନଥିବା ବାହାନା କରୁଥିବା ବ୍ୟକ୍ତି ମାନଙ୍କୁ ସରକାରୀ ନିର୍ଦ୍ଧାରିତ ହାରରେ ଚାଲାଣ କାଟି ଅଦାଲତକୁ ପଠାଇ ପାରନ୍ତେ। ଏପରି କିଛି ବ୍ୟକ୍ତି ଅଯଥା ଅର୍ଥ ଦଣ୍ଡରେ ଦଣ୍ଡିତ ହେଲେ ଅବସ୍ଥା ସମ୍ଭାଳିବା ପୋଲିସ ପାଇଁ ସହଜ ହୁଅନ୍ତା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |