ଗଞ୍ଜାମ-୮/୩(ମନୋଜ କୁମାର ପାତ୍ର):ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ମାର୍ଚ୍ଚ ୮ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି କୁକୁଡ଼ାଖଣ୍ଡି ବ୍ଳକରେ ।କୁକୁଡ଼ାଖଣ୍ଡି ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଦିନ ବ୍ଳକ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୁକୁଡ଼ାଖଣ୍ଡି ସିଡିପିଓ କୁସୁମ୍ କୁମାରୀ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ କାର୍ଯ୍ୟକ୍ରମରେ ସୁପ୍ରଭାଇଜର୍ ଗୀତରାଣୀ ରାଉଳଙ୍କ ସଭାପତିତ୍ୱ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ରୂପେ କୁକୁଡ଼ାଖଣ୍ଡି ବିଡିଓ ଗଦାଧର ପାତ୍ର ଯୋଗ ଦେଇ ଶୁଭାରମ୍ଭ କରିଥିଲେ।ଅନ୍ୟତମ ଅତିଥି ରୂପେ ସ୍ଥାନୀୟ ତହସିଲଦାର ଇପ୍ସିତା ପ୍ରିୟଦର୍ଶୀନୀ ମିଶ୍ର ଯୋଗ ଦେଇଥିଲେ।ତେବେ ଏହି ଅବସରରେ ମୋ ଗେଲ୍ଲା ଝିଅ,ନାରୀର ଅଧିକାର ଓ ଭୂମିକା ,ମାନସିକତା ଅନ୍ତର୍ନିହିତ ଗୁଣ,କନ୍ୟା ଭୁଣ ହତ୍ୟା ,ଲିଙ୍ଗଗତ ସମ୍ମାନତା ,ରାଜ୍ୟ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଜୁ କନ୍ୟା ରତ୍ନ ଯୋଜନା, ମହିଳା ସଶକ୍ତିକରଣ ଯୋଜନାରେ ନାରୀ ସମାଜର ଉନ୍ନତି, “ନାରୀକୁ ସମ୍ମାନ ଗାଁକୁ କାମ” ଆଦି ସଂକ୍ରାନ୍ତରେ ବିଷଦ ଭାବେ ବର୍ଣ୍ଣନା କରିଥିଲେ ମୁଖ୍ୟ ଅତିଥି ଶ୍ରୀ ପାତ୍ର।ପୂର୍ବରୁ ପ୍ରତି ସେକ୍ଟରରେ ଆୟୋଜିତ ହୋଇଥିବା କୁଇଜ୍ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ୧୦ଜଣ କିଶୋରୀ ବାଳିକାଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ।ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଆଇସିଡିସି ସୁପରଭାଇଜର ସଂଯୁକ୍ତା ମିଶ୍ର, ଛବିଲତା ଦେବୀ, ପ୍ରତିଭା ମହାନ୍ତି, ମମତା ପଣ୍ଡା,ଉଷା କୁମାରୀ ପାତ୍ର, ଉଷା ପଟ୍ଟନାୟକ, ରିତା ରାଣୀ ମଲ୍ଲିକ, ଅଙ୍ଗନବାଡି ସଙ୍ଘ ସଭାପତି ମାଣିକେଶ୍ୱରୀ ପଟ୍ଟନାୟକ,ସମ୍ପାଦିକା ସୁଦେଷ୍ଟା ପଟ୍ଟନାୟକ, ପ୍ରମିଳା ଜେନା, ସୁଶିଳା ଦେବୀ, ରୁକୁଣା ଦେବୀ, ଇନ୍ଦିରା ପାତ୍ର,ସଂଯୁକ୍ତା କୁମାରୀ ସାହୁ,କ୍ରାନ୍ତୀ କୁମାରୀ ଦେବୀଙ୍କ ସମେତ ମମତା ପରିଚାଳନା ସହାୟକ ସନ୍ତୋଷ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |