କୁକୁଡ଼ାଖଣ୍ଡି,୨୩/୯(ମନୋଜ କୁମାର ପାତ୍ର):ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ଗଞ୍ଜାମ ଅନ୍ୟ ଜିଲ୍ଲା ମାନଙ୍କ ପାଇଁ ଏକ ମାର୍ଗଦର୍ଶନ ପାଲଟିଛି।ଗଞ୍ଜାମ ଜିଲ୍ଲା ବର୍ତ୍ତମାନ ଏକ ମୋଡେଲ ଜିଲ୍ଲା ଭାବେ ପରିଚିତ ସୃଷ୍ଟି କରିପାରିଛି।ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ପରିଦର୍ଶନ କରିବା ପାଇଁ ପୂର୍ବରୁ ବିଭିନ୍ନ ବିଧାୟକ ମାନେ ଆସି ପରିଦର୍ଶନ କରି ଫେରିଥିବା ବେଳେ ବର୍ତ୍ତମାନ ବିଭିନ୍ନ ଜିଲ୍ଲାର ଉଛ ପଦସ୍ଥ ଅଧିକାରୀ ମାନେ ଆସି ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକର ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିବା ସହ ପରିଦର୍ଶନ କରିଛନ୍ତି। ଗଞ୍ଜାମରେ କୋଭିଡ୍ ମୁକାବିଲା , ଉନ୍ନୟନ ମୂଳକ ନିର୍ମାଣ କାର୍ଯ୍ୟ ସହିତ ସାମାଜିକ ସୁରକ୍ଷା ଜନିତ ଯୋଜନାର ସଫଳ ରୂପାୟନରେ ମଧ୍ୟ ଜିଲ୍ଲାର ସଫଳତା ହାର ପ୍ରଣିଧ୍ୟାନ ଯୋଗ୍ୟ ହୋଇଅଛି। ଏହା ବ୍ୟତୀତ କରୋନା ସଂକ୍ରମଣ ଜନିତ ଲକ୍ ଡାଉନ୍ ପରବର୍ତ୍ତୀ ସମୟରେ ମନରେଗା ଶ୍ରମ ନିଯୁକ୍ତି ନେଇ ଜିଲ୍ଲାର ଦବଦବା ରାଜ୍ୟସ୍ତରରେ ପରିଲକ୍ଷିତ ହୋଇଅଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ଅକ୍ଲାନ୍ତ ପରିଶ୍ରମ ସହ ତ୍ୟାଗମନବୃତ୍ତି ସେବା ଆଧାରରେ ଜିଲ୍ଲାର ପ୍ରଗତି ଆଶାନୁରୂପ ହୋଇଥିବା ନେଇ ଧାରଣା ରହିଅଛି। ଏହି ସ୍ଥିତିରେ ପ୍ରଶାସନିକ ଅଧିକାରୀ ଏବଂ ବ୍ଲକସ୍ତରରେ ବିଡ଼ିଓଙ୍କ ଧାର୍ଯ୍ୟ ଲକ୍ଷ୍ୟ ହାସଲରେ ପ୍ରମୁଖ ଭୂମିକା ନେଇଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଅଧସ୍ତନ ଯନ୍ତ୍ରୀ ସମୂହଙ୍କ ଆନ୍ତରିକ ଉଦ୍ୟମ ସହ ସ୍ଥାନୀୟ ଅଞ୍ଚଳର ନିର୍ବାଚିତ ଜନ ପ୍ରତିନିଧିଙ୍କ ସମନ୍ୱୟ ଭାବଧାରା ଯୋଗୁଁ ସମ୍ପ୍ରତି ଗଞ୍ଜାମର ବିକାଶ ମୂଳକ କାର୍ଯ୍ୟ ଅନୁଧ୍ୟାନ ଯୋଗ୍ୟ ହୋଇଅଛି। କୁକୁଡ଼ାଖଣ୍ଡି ବ୍ଳକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ କରିଛନ୍ତି ବୌଦ୍ଧ ଜିଲ୍ଲାର ପିଡି ବବିତା ରାଣୀ, କଣ୍ଟାମାଳ ବିଡିଓ ବନ୍ଧନା ଖଟୁଆ, ଏଇଇ ସୋମନାଥ ଭୂୟାଁ, ବୌଦ୍ଧ ବିଡିଓ ଦେବୀ ପ୍ରସାଦ ମିଶ୍ର, ଏଇଇ ଲଷ୍ମୀଧର ସିଂ ହରଭଙ୍ଗା ବିଡିଓ ସୁବାଷ ଜେନା , ଏଇଇ ଅରୁଣ ଗଡ ନାୟକ ପ୍ରମୁଖ କୁକୁଡ଼ାଖଣ୍ଡି ବ୍ଲକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ କରିଛନ୍ତି।ପ୍ରଥମେ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଚାଞ୍ଚଡାପଲ୍ଲୀ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର,କଲ୍ୟାଣ ମଣ୍ଡପ ଓ ଶିଶୁ ଉଦ୍ୟାନ ପରିକ୍ରମା କରିଥିଲେ।ପରେ ଅନନ୍ତେଇ ପଞ୍ଚାୟତ ଅନ୍ତର୍ଗତ ମାଁ ମହୁରୀ କଳୁଆ ପିଠରେ ନିର୍ମାଣ ହୋଇଥିବା ପାର୍କ,ଲାଞ୍ଜିଆ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ଵରେ ଥିବା ଶିଶୁ ଉଦ୍ୟାନ ଏବଂ ପରିଶେଷରେ କୁକୁଡ଼ାଖଣ୍ଡି ମୁକ୍ତେଶ୍ଵର ମନ୍ଦିର ପରିସରରେ ଥିବା ଶିଶୁ ଉଦ୍ୟାନ ପ୍ରମୁଖ ଉନ୍ନତି କାର୍ଯ୍ୟରେ ବ୍ୟବହୃତ ହେଉଥିବା ସାମଗ୍ରୀ ଗୁଡିକର ମାନ ଯାଞ୍ଚ କରିଥିଲେ । ଉନ୍ନୟନ କାର୍ଯ୍ୟ ଗୁଡିକର ଅଗ୍ରଗତି ସମ୍ପର୍କରେ ସ୍ଥାନୀୟ ଲୋକ ପ୍ରତିନିଧ , ସ୍ଥାନୀୟ ଜନସାଧାରଣ ଓ ସଂପୃକ୍ତ ବିଭାଗୀୟ ଅଧୁକାରୀ ମାନଙ୍କ ସହିତ ଆଲୋନେ କରିଥିଲେ। ଚିରସ୍ଥାୟୀ ହୋଇ ରହିବା ସହିତ ଲୋକଙ୍କର ହିତରେ ବ୍ୟବହୃତ ହୋଇପାରି ବା ନେଇ ମତବ୍ୟକ୍ତ କରିଥିଲେ। ଏହି ଗସ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର,ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସୁଜିତ କୁମାର ତହଲ,କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ପାଣିଗ୍ରାହୀ,ଜଗନ୍ନାଥ ପ୍ରଧାନ,ଏପିଓ ନନ୍ଦିନୀ ଦାସ,ପିଇଓ ଅଶୋକ କୁମାର ପଟ୍ଟନାୟକ,ରାମ ଚନ୍ଦ୍ର ଦଳେଇ, କୁକୁଡ଼ାଖଣ୍ଡି ସରପଞ୍ଚ ଅଦଲ.ଚେନ୍ନେୟା,ବନ୍ଥପଲ୍ଲୀ ସରପଞ୍ଚ ପ୍ରଶାନ୍ତ କୁମାର ସ୍ବାଇଁ,ସମିତି ସଭ୍ୟ ରମେଶ ଚନ୍ଦ୍ର ସ୍ବାଇଁ, ଲାଞ୍ଜିଆ ସରପଞ୍ଚ ଉଷା ଦାସ,ଗ୍ରାମ ରୋଜଗାର ସେବକ ଆଦିତ୍ୟ ତ୍ରିପାଠୀ ଓ ଲାଞ୍ଜିଆ ସରପଞ୍ଚ ପ୍ରତିନିଧି ସନ୍ତୋଷ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |