କୁକୁଡ଼ାଖଣ୍ଡି ବ୍ଲକ ଅଙ୍ଗନବାଡି କର୍ମୀ ସଙ୍ଘ ପକ୍ଷରୁ ବିକ୍ଷୋଭ ସହ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର-୨୪/୯(ମନୋଜ କୁମାର ପାତ୍ର):କେନ୍ଦ୍ରୀୟ ଟ୍ରେଡ଼ ୟୁନ୍ନିଅନ ଆହ୍ୱାନରେ ସେପ୍ଟେମ୍ବର ୨୪ ତାରିଖରେ ଆୟୋଜିତ ହୋଇଥିବା ଦେଶବ୍ୟାପୀ ସ୍କିମ ଶ୍ରମିକଙ୍କ ଧର୍ମଘଟ ସଫଳ କରିବା ପରିପ୍ରେକ୍ଷୀରେ ଶୁକ୍ରବାର ଦିନ କୁକୁଡ଼ାଖଣ୍ଡି ପ୍ରକଳ୍ପ ଏଆଇଟିୟୁସି ଅଧିନ ନିଖିଳ ଓଡ଼ିଶା ଅଙ୍ଗନବାଡି କର୍ମୀ ସଙ୍ଘ ପକ୍ଷରୁ ଏକ ବିକ୍ଷୋଭ ପଦଯାତ୍ରା ଆୟୋଜନ ହୋଇଥିଲା।ବ୍ଳକର ସମସ୍ତ ଅଙ୍ଗନବାଡି କର୍ମୀ,ସହାୟିକା ଏକତ୍ରିତ ହୋଇ ଏକ ପଦଯାତ୍ରାରେ ବାହାରି ଆଇସିଡିଏସ୍ ଓ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୧୫ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ଦ୍ଭାରତର ପ୍ରଧାନମନ୍ତ୍ରୀଙ୍କ ଉଧେଷ୍ୟରେ ଏକ ସ୍ମାରକ ପତ୍ର ସିଡିପିଓ କୁସୁମ କୁମାରୀ ସାହୁଙ୍କୁ ପ୍ରଦାନ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ ସଙ୍ଘ ସଭାନେତ୍ରୀ ମାଣିକେଶ୍ୱରୀ ପଟ୍ଟନାୟକ, ସମ୍ପାଦିକା ସୁଦେଷ୍ଟା ପଟ୍ଟନାୟକ,ପ୍ରମିଳା ଜେନା, ପି. ସୁଶିଳା,ସଂଯୁକ୍ତା ସାହୁ, ବିବି ଦଳେଇ, ଲଳିତା ସାହୁ, ଇନ୍ଦିରା ପାତ୍ର, ଡି. ରୁକ୍ମଣୀ, କେ.ରାଧାରାଣୀଙ୍କ ସମେତ ଅନ୍ୟ କର୍ମୀଙ୍କ ମିଳିତ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ ଓ ଗଣଧାରଣାରେ ନିୟୋଜିତ କର୍ମୀଙ୍କ ସାମାଜିକ ସୁରକ୍ଷା,ସର୍ବନିମ୍ନ ମଜୁରୀ ପ୍ରଦାନ କରିବା,ମୃତ୍ୟୁ କାଳୀନ ସହାୟତା ସହିତ ପେନ୍ସନ ୧୦ ହଜାର କରିବା ସହ ମାସିକ ଦରମା ୨୧ହଜାର ଟଙ୍କା ଲାଗୁ କରିବା,କରୋନା ସମ୍ମୁଖ ଯୋଦ୍ଧା ହିସାବରେ ସରକାରୀ କର୍ମଚାରୀଙ୍କ ଭଳି ମାଗଣା ଚିକିତ୍ସା ସୁବିଧା ମିଳିବା ସହ ମୃତ୍ୟୁ ପରେ ୫୦ଲକ୍ଷ ଟଙ୍କା ତାଙ୍କ ପରିବାର ସଦସ୍ୟଙ୍କୁ ପ୍ରଦାନ କରାଯାଉ,ଯେଉଁମାନେ କୋଭିଡ ଦାଇତ୍ୱରେ ରହୁଛନ୍ତି ସେମାନଙ୍କୁ ପୂର୍ବରୁ ଥିବା ବକେୟା ଟଙ୍କା ପ୍ରଦାନ କରାଯାଉ, ସୁରକ୍ଷା ପାଇଁ ସରକାରୀ ମାନ୍ୟତା ମିଳିବା,ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା,ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଙ୍ଗନବାଡି କର୍ମୀ ବୀମା ଯୋଜନାରେ ସାମିଲ କରିବା, ମଧ୍ୟାଣ୍ଣ ଭୋଜନରେ ଯେଉଁ ଅଙ୍ଗନବାଡି କର୍ମି ମାନେ ଜଡ଼ିତ ଅଛନ୍ତି ସେମାନଙ୍କୁ ଗ୍ରୀଷ୍ମକାଳୀନ ଛୁଟିଦିନରେ ମଧ୍ୟ ମିନିମମ ଦରମା ପ୍ରଦାନ କରାଯାଉ,ଯେଉଁମାନେ ଡିୟୁଟି କରିବା ସମୟରେ କୋଭିଡ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା କର୍ମୀଙ୍କୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉ,ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ କର୍ମୀଙ୍କ ପ୍ରତି କରାଯାଉଥିବା ଉଧେଷ୍ୟ ମୂଳକ କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବା ଆଦି ୧୫ ଦଫା ଦାବି ନେଇ ପ୍ରସ୍ତୁତ ଦାବିପତ୍ରକୁ କୁକୁଡ଼ାଖଣ୍ଡି ବିଡିଓଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଧେଷ୍ୟରେ ପ୍ରଦାନ କରାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!