କୁକୁଡ଼ାଖଣ୍ଡି ବ୍ଲକ ପ୍ରେସ କ୍ଲବ କମିଟି ଗଠିତ

 ବ୍ରହ୍ମପୁର-୨୬/୦୧(ମନୋଜ କୁମାର ପାତ୍ର): ବହୁ ଦିନର ପ୍ରତୀକ୍ଷା ପରେ କୁକୁଡାଖଣ୍ଡି ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ମାନକୁ ନେଇ ଏକ ପ୍ରେସ କ୍ଲବ କମିଟି ଗଠନ କରାଗଲା। ଆଗାମୀ ଦିନ ମାନଙ୍କରେ ସାମ୍ବାଦିକ ସୁରକ୍ଷା ଅଧିକାର ସମ୍ବଳିତ ସମସ୍ୟା ସହ କିପରି ସବୁ ସାମ୍ବାଦିକ ଭାଇ ମାନେ ଏକଜୁଟ ହୋଇ ସାଧାରଣ ଲୋକଙ୍କର ସମସ୍ୟା ସମାଧାନ ପାଇଁ ସବୁ ସାମ୍ବାଦିକ ଏକ ହୋଇ ରାମଚନ୍ଦ୍ରପୁର ରାମଚଣ୍ଡୀ ମନ୍ଦିର ପରିସରରେ ସମସ୍ତେ ଏକଜୁଟ ହୋଇ ଏକ କମିଟି ଗଠନ କରାଗଲା। ସଭପତି ଭାବରେ ପି. କୃଷ୍ଣମୂର୍ତ୍ତି ଉପସଭାପତି ଭାବରେ ସନ୍ୟାସୀ ମହାରଣା ସମ୍ପାଦକ ଭାବରେ ଅମୀର କୁମାର ଦଳାଇ ଯୁଗ୍ମ ସମ୍ପାଦକ ଭାବରେ ଈଶ୍ୱର ସେଠି ଏବଂ କୋଷାଧ୍ୟକ୍ଷ ଭାବରେ ସିଏଚ୍ . ମନୋଜ କୁମାର ପାତ୍ରଙ୍କୁ ସର୍ବସମ୍ମତ ଅନୁକ୍ରମେ ଚୟନ କରାଯାଇଥିଲା। ଏହି ବୈଠକରେ କୁକୁଡାଖଣ୍ଡି ବ୍ଲକର ସାମ୍ବାଦିକ ନାଗେଶ କୁମାର ପାତ୍ର ,ହିମାଂଶୁ ପାଢ଼ୀ ,ଉମା ଶଙ୍କର ପାଣିଗ୍ରାହୀ ,ଇ. ରଞ୍ଜନ ,ରବୀନ୍ଦ୍ର ସାହୁ ,ପ୍ରଶାନ୍ତ ରଣା ,ପ୍ରତାପ ଚନ୍ଦ୍ର ସାହୁ ,ସଂଯୋଗ କୁମାର ପଟ୍ଟନାୟକ ଓ ବିଜୟ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନ ମାନଙ୍କରେ ଏକ ହୋଇ କାମ କରିବେ ବୋଲି ଶପଥ ନେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: