କୁକୁଡାଖଣ୍ଡି ବ୍ଲକରେ ନିଯୁକ୍ତି ମେଳା ଅନୁଷ୍ଠିତ

ବ୍ରହ୍ମପୁର-୩୦/୬(ମନୋଜ କୁମାର ପାତ୍ର) :କୁକୁଡାଖଣ୍ଡି ବ୍ଲକ ପରିସରରେ ଗୁରୁବାର ଦିନ ନିଯୁକ୍ତି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର ଅତିଥି ଭାବେ ଯୋଗଦେଇ ନିଯୁକ୍ତି ମେଳାକୁ ଶୁଭାରମ୍ଭ କରିଥିଲେ । ଏହି ମେଳାରେ ସରକାରଙ୍କ ଦିନଦୟାଲ ଉପାଧ୍ୟାୟ ଦକ୍ଷତା ତାଲିମ ଅନୁଷ୍ଠାନ ତରଫରୁ ୭ଟି ଘରୋଇ ପ୍ରତିଷ୍ଠାନ ଅଂଶଗ୍ରହଣ କରିଥିଲେ । ଏଥିରେ କୁକୁଡ଼ାଖଣ୍ଡି ବ୍ଲକର ପ୍ରାୟ ୩୦୦ ଆଶାୟୀ ଛାତ୍ରଛାତ୍ରୀ ମାନେ କୌଶଳିକ ତାଲିମ ନିମନ୍ତେ ପଞ୍ଜିକରଣ କରିଛନ୍ତି ।ଏଥିରେ ଅଂଶଗ୍ରହଣ କରିଥିବା ବିଭିନ୍ନ ଘରୋଇ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ତାଲିମ ଉପରେ ଆଲୋକପାତ କରାଇଥିଲେ । ଏହି କାର୍ଯ୍ୟକ୍ରମ ଭାରପ୍ରାପ୍ତ ବିଡ଼ିଓ ତଥା ସ୍ଥାନୀୟ ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀଙ୍କ ତତ୍ୱାବଧାନରେ ଏହା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ନେତା କେ. ମଣିବାବୁ,ବରିଷ୍ଠ କିରାଣୀ ସାହେବ ଶବର ଓ ବ୍ଲକର ସମସ୍ତ ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଭ୍ୟା ମାନେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: