ବ୍ରହ୍ମପୁର,୧୬/୩(ମନୋଜ କୁମାର ପାତ୍ର):ଗଞ୍ଜାମ ଜିଲ୍ଲାପାଳବିଜୟ ଅମୃତ କୁଲାଙ୍ଗେ ସୋମବାର ଦିନ କୁକୁଡାଖଣ୍ଡି ବ୍ଲକ ଗସ୍ତରେ ଆସି ବିଭିନ୍ନ ପଞ୍ଚାୟତର ସମସ୍ୟା ବୁଝିଥିଲେ।କୁକୁଡ଼ାଖଣ୍ଡି ବ୍ଲକ ଅଧୀନରେ ଥିବା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁରୁଣ୍ଠି,ଲୋଚାପଡ଼ା,ନିମଖଣ୍ଡି,ବୋରିଗାଁ ଓ ହୁଗୁଳାପଟ୍ଟା ପଞ୍ଚାୟତର ପାନୀୟଜଳ ସମସ୍ୟା ସମେତ କୃଷି ଓ ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥାର ତଦାରଖ କରିଥିଲେ।ଏବଂ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କିପରି ଅଧିକ କାର୍ଯ୍ୟ ଦିବସ ସୃଷ୍ଟି ହୋଇପାରିବ ସେ ଉପରେ ଗୁରତ୍ୱ ଦେଇଥିଲେ।ଗ୍ରୀଷ୍ମ ଋତୁ ଆସୁଥିବା କାରଣରୁ ପୋଖରୀ ଶୁଖିବା ସହ ଉତ୍କଟ ପାନୀୟ ଜଳ ଅଭାବ ବହୁ ମାତ୍ରାରେ ଦେଖାଦେଲାଣି କିପରି ଏହି ସବୁ ସମସ୍ୟା ଦୂର ହୋଇପାରିବ ସେହି ଦିଗରେ ଦୃଷ୍ଟି ଦେଇ ତୁରନ୍ତ ଅଧାପନ୍ତରିଆ କାର୍ଯ୍ୟ ସମେତ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ। ପରିଶେଷରେ ନିମଖଣ୍ଡି ବିଦ୍ୟାଳୟ ପରିଦର୍ଶନ କରି କରୋନା କଟକଣା ମଧ୍ୟରେ ପିଲାଙ୍କ ପାଠପଢ଼ା କିପରି ଚାଲିଚି ଶିକ୍ଷୟତ୍ରୀ ଓ ଶିକ୍ଷକ ମାନଙ୍କୁ ପଚାରି ବୁଝିବା ସହ ବିଦ୍ୟାଳୟ ଭିତିଭୂମି ପରଖି ଥିଲେ। ଅନ୍ୟମାନଙ୍କ ମଧ୍ୟରେ କୁକୁଡାଖଣ୍ଡି ବିଡ଼ିଓ ଗଦାଧର ପାତ୍ର, ବ୍ଲକ ଶିକ୍ଷା ଅଧିକାରୀ ଏସ. ଗିରିଧର ସମେତ ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର,ଏଇ ସୁଜିତ କୁମାର ତହଲ,ହୁଗୁଳାପଟ୍ଟା ସରପଞ୍ଚ ପ୍ରଦୀପ କୁମାର ମଲଣା,ଲୋଚାପଡା ସରପଞ୍ଚ ମିନତୀ ବେହେରାଙ୍କ ସମେତ ଅନ୍ୟ ସରପଞ୍ଚ ମାନେ ଉପସ୍ଥିତ ଥିଲେ ଉପସ୍ଥିତ ଥିଲେ I
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |