କୁକୁଡ଼ା ଚୋରି କରି ଜୀବନ ଗଲା

 ଆନନ୍ଦପୁର, ୨୦/୦୪ : କୁକୁଡ଼ା ଚୋରି କରିବା ବେଳେ ବିଦ୍ୟୁତ୍ ଆଘାତ ଲାଗି ଚାଲିଗଲା ଯୁବକଙ୍କ ଜୀବନ। ଆନନ୍ଦପୁର ଉପଖଣ୍ଡ ନନ୍ଦିପାଦା ଥାନା ବଡରମ୍ପାସ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗାଁ ଠାରୁ ପ୍ରାୟ ୧କି.ମି ଦୂର କେନାଲ ନିକଟରେ ଥିବା କାଳନ୍ଦି ଚରଣ ସାହୁଙ୍କ କୁକୁଡା ଫାର୍ମରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କ ପରିଚୟ ମିଳିପାରି ନାହିଁ। ସୂଚନାନୁଯାୟୀ, ଆଜି ପାଖାପାଖି ଦିନ ୧୧ଟା ସମରେ ଫାର୍ମର ମାଲିକ ନିଜ ଫାର୍ମକୁ ଯାଇଥିବା ସମୟରେ ଯୁବକଙ୍କ ମୃତଦେହ ଦେଖି ପୋଲିସକୁ ଖବର କରିଖିଲେ। ଘଟଣାସ୍ଥଳରେ ପୋଲିସ୍ ପହଁଞ୍ଚି ମୃତଦେହ ଜବତ କରିଛି। ତେବେ ଯୁବକ ଜଣକ କୁକୁଡା ଫାର୍ମକୁ ରାତିରେ କୁକୁଡା ଚୋରୀ କରିବାକୁ ଆସିଥିବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିବା ଅନୁମାନ କରାଯାଉଛି। ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ।ସୂଚନାନୁଯାୟୀ, ଆଜି ପାଖାପାଖି ଦିନ ୧୧ଟା ସମରେ ଫାର୍ମର ମାଲିକ ନିଜ ଫାର୍ମକୁ ଯାଇଥିବା ସମୟରେ ଯୁବକଙ୍କ ମୃତଦେହ ଦେଖି ପୋଲିସକୁ ଖବର କରିଖିଲେ। ଘଟଣାସ୍ଥଳରେ ପୋଲିସ୍ ପହଁଞ୍ଚି ମୃତଦେହ ଜବତ କରିଛି। ତେବେ ଯୁବକ ଜଣକ କୁକୁଡା ଫାର୍ମକୁ ରାତିରେ କୁକୁଡା ଚୋରୀ କରିବାକୁ ଆସିଥିବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିବା ଅନୁମାନ କରାଯାଉଛି। ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: