ଗଞ୍ଜାମ-୨୯/୧(ମନୋଜ କୁମାର ପାତ୍ର) : ଦିଗପହଣ୍ଡି ସ୍ଥିତ ବଡ ବଜ଼ାର ସାହି ନିବାସୀ ଜଗଦୀଶ ପଣ୍ଡାଙ୍କ କୁନି ଝିଅ ଆକାଂକ୍ଷା ପଣ୍ଡା ଯାହାଙ୍କ ବୟସ ମାତ୍ର ୧୪ମାସ ହୋଇଥିବା ବେଳେ ସେ ଲିଭର କେନ୍ସର ରୋଗରେ ପୀଡିତ ହୋଇ ଗତ ୮ ମାସ ଧରି ଭୁବନେଶ୍ୱର ଏଇମ୍ସ ହସ୍ପିଟାଲରେ ୮ ଥର କେମୋ ଥେରୋପି କରାଯାଇଅଛି।ସୂଚନା ଅନୁଯାଇ ଫେବୃଆରୀ ପ୍ରଥମ ସପ୍ତାହରେ ଦିଲ୍ଲୀ ଏଇମ୍ସ ହସ୍ପିଟାଲର ଲିଭର ଟ୍ରାନ୍ସପ୍ଲାଣ୍ଟ ସୁର୍ଜନ ଡାକ୍ତର ବ୍ରହ୍ମଦତ ପଟନାୟକ ଅପେରସନ କରିବେ।ଏହି ସୂଚନା ହସ୍ତଗତ ହେବା ପରେ ଆଜି ବ୍ରହ୍ମପୁର ବିଧାୟକଙ୍କ ନାମରେ ନିର୍ମିତ ବିକ୍ରମ ପଣ୍ଡା ଫେନ କ୍ଲବର ମେମ୍ବର ପ୍ରଭାତ ସାହୁ, ସତ୍ୟଜିତ ସାମନ୍ତରାୟ, ଏ.ସନ୍ତୋଷ ପାତ୍ର, ଉଦୟ ବେହେରା, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ସଞ୍ଜୟ ବିଶୋଇ, ବଦ୍ରି ମିଶ୍ର, ସୁଦର୍ଶନ ଜେନା, ସୁଶାନ୍ତ ସୁବୁଦ୍ଧି, ଅଭିନାଶ ମହାନ୍ତି, ପ୍ରମୋଦ ନାୟକ, ଏସ. ଏ. ଖଲିଲ, ଏହେସାନ ମହୋମାଦ ଆଦି ୫୧,୦୦୦ ଟଙ୍କା ସାହାଯ୍ୟ ରାଶି ଉକ୍ତ ପରିବାରକୁ ଚିକିତ୍ସା ନିମନ୍ତେ ପ୍ରଦାନ କରିଛନ୍ତି |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |