ଆମେ ଖାଉ ଥିବା ପରିବା ମଧ୍ୟରେ କୁନ୍ଦୁରି ଅନ୍ୟତମ । ପରିବା ବଜାର ରେ ଶସ୍ତା ରେ ମିଳୁ ଥିବା ପରିବା ଅଟେ କୁନ୍ଦୁରି। ସାଧାରଣରେ କୁନ୍ଦୁରି ପ୍ରତି ଲୋକ ମାନଙ୍କର ଚାହିଦା ଅନ୍ୟ ପରିବା ଠାରୁ କମ୍। କେହି କେହି ଏହାକୁ ଅମେଦ୍ୟ ବା ବୁଦ୍ଧି ନାଶକ ବୋଲି କହିଥାନ୍ତି। କିନ୍ତୁ ଆପଣ ଜାଣିଲେ ଆଶ୍ଚଯ୍ୟ ହେବେ ବହୁ ଗୁଣ ର ଅଧିକାରୀ ଏହି ପରିବା। ଏଥିରେ ରହିଥିବା ସାର ତତ୍ତ୍ଵ ଓ ଭିଟାମିନ ବହୁ ଅସାଧ୍ୟ ରୋଗ ରୁ ରକ୍ଷା କରିବା ପାଇଁ ସାହାଯ୍ୟ କରିଥାଏ। କୁନ୍ଦୁରି ର ଲାଲ ଅଂଶ ରେ ବିଟା କ୍ୟାରୋଟିନ ନାମକ ତତ୍ତ୍ଵ anti oxidant ଭଳି କାମ କରି ଥାଏ । ଫଳରେ ଏହା କ୍ୟାନସର ଓ ହୃଦୟ ରୋଗ ନଷ୍ଟ କରିଥାଏ। ମଧୁମେହ ରେ ଏହା insulin ଭଳି କାମ କରି ଥାଏ । ଏହା ଛଡା ମେଦ ବୃଦ୍ଧି , ରକ୍ତଚାପ କମ୍ କରିବାରେ ସାହାଯ୍ୟ କରିଥାଏ। ପ୍ରତି ୧୦୦ ଗ୍ରାମ ରେ ୩୧ କ୍ୟାଲୋରୀ ଶକ୍ତି ମିଳିଥାଏ। ପ୍ରୋଟିନ ୪ଗ୍ରାମ , କାର୍ବୋହଇଡ୍ରେଟ ୫ ଗ୍ରାମ, ଏବଂ ଖୁବ୍ କମ୍ ମାତ୍ରା ରେ ଫ୍ୟାଟ୍ ଥାଏ। ଆୟୁର୍ବେଦରେ ଅନେକ ରୋଗରେ କୁନ୍ଦୁରିକୁ ବ୍ୟବହାର କରାଯାଇଥାଏ। ଏହାର ପତ୍ର ,ମୂଳ ଓ ଫଳରେ ଔଷଧୀୟ ଗୁଣ ଭରି ରହିଛି। ଆମବାତ, ରକ୍ତପିତ୍ତ, ଜ୍ଵର ଶ୍ୱାସ,କାଶରେ ଏହାକୁ ବ୍ୟବହାର କରାଯାଏ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |