କୁପଓ୍ୱାଡାରେ ଏନକାଉଣ୍ଟର,୨ ଆତଙ୍କବାଦୀ ନିହତ

 ନୂଆଦିଲ୍ଲୀ, ୦୭/୦୬:   ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର । ଟଳିଲେ ୨ ଆତଙ୍କବାଦୀ । କୁପଓ୍ୱାଡାର ଚକ୍ତରାସ ଅଞ୍ଚଳରେ ଏନକାଉଣ୍ଟର ଘଟି ଲଶ୍କର ଏ ତୋଏବାର ଦୁଇ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।ମଙ୍ଗଳବାର ଜମ୍ମୁ-କାଶ୍ମୀର କୁପୱାଡ଼ାରେ ସେନା ଏବଂ ପୋଲିସ ଏନକାଉଣ୍ଟରରେ ଲସ୍କର-ଏ-ତୋଏବାର ଦୁଇ ଆତଙ୍କବାଦୀ ସଫା । ମୃତ୍ୟୁ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ରହିଥିଲା । ସୋମବାର ସୁରକ୍ଷା ବାହିନୀକୁ ଚକ୍ତରାସ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିଥିଲା । ଏହାପରେ ସେନା ଓ ସ୍ଥାନୀୟ ପୋଲିସ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଆତଙ୍କବାଦୀମାନେ ପ୍ରଥମେ ଯବାନଙ୍କୁ ଦେଖି ଗୁଳି ଚାଳନା କରିଥିଲେ । ଏହାପରେ ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: