କୁମ୍ଭୀର ସହ ଲଢେଇ କରି ଜୀବନ ମରଣରେ ଯୁବକ

ରାଜକନିକା ୩/୭:ରାଜକନିକା ବ୍ଲକ ଭାରିଗଦା ପଞ୍ଚାୟତ ବଡଜୋରମୁହଁ ଗ୍ରାମର ନିତ୍ୟାନନ୍ଦ ପାତ୍ର (୪୫) ଗତକାଲି ଅଳ୍ପକେ କୁମ୍ଭୀର କବଳରୁ ବର୍ତ୍ତିଯାଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।ପ୍ରାପ୍ତ ସୂଚନା ଅନୁସାରେ ନିତ୍ୟାନନ୍ଦ ସବୁ ଦିନ ପରି ଗତକାଲି ରାତି ୧୧ଟା ସମୟରେ ନିଜ ଘର ପାଖରେ ପ୍ରବାହିତ ଖରସ୍ରୋତା ନଦୀ କୂଳକୁ ଶୌଚ ହେବାକୁ ଯାଇଥିଲେ l ସେଠାରେ ପ୍ରଶାସନ ପକ୍ଷରୁ ଲୋକମାନଙ୍କ ଲାଗି ତାର ବାଡ଼ ସେଠାରେ ବୁଲାଯାଇଥିଲେ ବି ତାର ବାଡ଼ ଟି ଭାଙ୍ଗି ଯାଇଥିବାରୁ, ତା ଭିତର କୁ ପସି ଆସି ଲୁଚିଥିବା ଏକ ବିଶାଳ କୁମ୍ଭୀର ତାଙ୍କୁ ଅତର୍କିତ ଆକ୍ରମଣ କରି ଥିଲା।ଶୌଚ ବେଳେ ତାଙ୍କ ବେକକୁ କୁମ୍ଭୀର ଧରି ପକାଇ ନଦୀ ମଧ୍ୟକୁ ନେବାକୁ ଚେଷ୍ଟା କରିଥିଲା।ହେଲେ ନିତ୍ୟାନନ୍ଦ ନିଜକୁ ସାହସ ଜୁଟାଇ କୁମ୍ଭୀର ସହ କିଛି ସମୟ ଲଢେଇ କରି ଥିଲେ l ଶେଷରେ କୁମ୍ଭୀର କୁ ହରାଇ ନିଜ କୁ ବଞ୍ଚାଇଥିଲେ l ହେଲେ ପରେ ନଦୀ କୂଳରେ ଲାଗିଥିବା ତାରଜାଲି ତାଙ୍କ ହାତରେ ପଡିବାରୁ ତାହାକୁ ଧରି ନିଜସାଧ୍ୟ ମତେ କୁମ୍ଭୀରକୁ ଜୋରକରି ଧକ୍କାମାରି ବାରୁ ସେ କୁମ୍ଭୀର ପାଟିରୁ ବଞ୍ଚି କୂଳକୁ ଚାଲି ଆସିଥିଲେ।କୁମ୍ଭୀର ଆକ୍ରମଣରେ ତାଙ୍କ ବେକ ଆଉ ମୁହଁରେ ଗଭୀର କ୍ଷତ ହୋଇଥିବାରୁ ପ୍ରଥମେ ଗ୍ରାମବାସୀ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଥିଲେ, ତାଙ୍କ ବେକ ଓ ମୁଣ୍ଡ ରେ ଗଭୀର କ୍ଷତ ହୋଥିବାରୁ ଡାକ୍ତର ତାଙ୍କୁ ଗୁରୁତ୍ୱର ହେବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ ହୋଇଥିବା ନେଇ ପରିବାର ସୁତ୍ରରୁ ପ୍ରକାଶ।ଏବେ ନିତ୍ୟାନନ୍ଦ ଙ୍କ ଅବସ୍ଥା ଅତି ସଂକଟପୂର୍ଣ ରହିଛି l ସେ ଜଣେ ଗରୀବ ପରିବାରର ହୋଇଥିବାରୁ ଚିକିତ୍ସା ନିମନ୍ତେ ଅର୍ଥର ଆବଶ୍ୟକତା ଥିବାରୁ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ପଞ୍ଚାୟତ ବାସି l ରାଜକନିକା ଅଞ୍ଚଳ ନଦୀ ନାଳ ଘେରା ଅଞ୍ଚଳ ହୋଇଥିବାରୁ ଲୋକମାନେ ନିଜର ନିତ୍ୟ କାର୍ଯ୍ୟ କରିଥାନ୍ତି ନଦୀରେ, ପ୍ରଶାସନଓ ବନବିଭାଗ ର ଅବହେଳା ଯୋଗୁ ବିଭିନ୍ନ ସମୟ ରେ ଲୋକମାନଙ୍କ ମୂଲ୍ୟବାନ ଜୀବନ ଚାଲିଯାଇଥାଏ l ତୁରନ୍ତ ନଦୀରେ ଥିବା ଭଙ୍ଗା ତାର ବାଡ଼ କୁ ପ୍ରଶାସନ ମରାମତି କରିବା ସହିତ ନୂତନ ତାର ବାଡ଼ ତୁଠ ନିର୍ମାଣ କରାଯାଉ ବୋଲି ପଞ୍ଚାୟତ ବାସି ଦାବୀ କରି ଛନ୍ତି, ନଚେତ ଆଗାମୀ ଦିନରେ ଆନ୍ଦୋଳନ କୁ ଓହ୍ଲାବେ ବୋଲି ଚେତାବନୀ ଦେଇଛନ୍ତି l

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!