ଶ୍ରୀନଗର,୧୦/୧୦: ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଗତ ସନ୍ଧ୍ୟାରେ ଏହି ଜିଲ୍ଲାର ଚିଙ୍ଗାମରେ ମିଳିତ ଅପରେସନ ଆରମ୍ଭ କରିଥିଲେ ବୋଲି କଶ୍ମୀର ଜୋନ୍ ପୁଲିସ କହିଛି । ମୃତ ଆତଙ୍କବାଦୀଙ୍କ ପାଖରୁ ଗୋଟିଏ ଏମ4 ରାଇଫଲ ଏବଂ ଗୋଟିଏ ପିସ୍ତଲ ଉଦ୍ଧାର କରାଯାଇଛି । ମୃତ ଆତଙ୍କବାଦୀଙ୍କର ଏବେ ସୁଦ୍ଧା କୌଣସି ପରିଚୟ ମିଳିପାରି ନାହିଁ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |