କୁଷ୍ଠ ରୋଗ ବିଷୟ ରେ କିଛି ଜାଣିବା କଥା

କୁଷ୍ଠ ରୋଗ ଅନେକ ପୂରାତନ ରୋଗ ମାନଙ୍କ ଭିତରୁ ଗୋଟିଏ । ଏହାକୁ ମୁଖ୍ୟତଃ ଚର୍ମ ରୋଗ ବୋଲି ଅନେକ ଧରି ନିଅନ୍ତି । କିନ୍ତୁ ପ୍ରକୃତରେ ଏହି ରୋଗରେ ବେଶି ଶରୀରର ସ୍ନାୟୁ ହିଁ ପ୍ରଭାବିତ ହୋଇଥାଏ। ବିଶେଷତ ପ୍ରାନ୍ତୀୟ ସ୍ନାୟୁ ଯାହା ଆମ ହାତ ଓ ଗୋଡ଼ରେ ଥାଏ , ସ୍ବାୟତ ସ୍ନାୟୁ ସଂସ୍ଥାନ ଯାହା ସ୍ବେଦ ନିର୍ଗମନକୁ ନିୟନ୍ତ୍ରଣ କରିଥାଏ ଓ ଆଉ କିଛି ମୁହଁର ସ୍ନାୟୁ ଏହି ରୋଗରେ କ୍ଷତିଗ୍ରସ୍ତ ହୋଇଥାନ୍ତି । ଫଳରେ ଏହି ରୋଗରେ ହାତ ଓ ଗୋଡ଼ରେ ବିକଳାଙ୍ଗତା ଆସିଥାଏ, ଆଖି ପତା ଠିକ୍ ଭାବରେ ନ ପଡିପାରିବା ଦ୍ବାରା ଅନ୍ଧତ୍ବ ତଥା ଚର୍ମରେ ଶେତାଳିଆ ଛଉମାନ ଦେଖାଯାଇଥାଏ । ଅଧୁନା ଏହି ରୋଗ ସମ୍ପୂର୍ଣ୍ଣ ଆରୋଗ୍ୟ ସାଧ୍ୟ । ସରକାରଙ୍କ ତରଫରୁ ସ୍ବତନ୍ତ୍ର ଭାବେ କୁଷ୍ଠ ନିରାକରଣ ଯୋଜନା ବର୍ଷ ବର୍ଷ ଧରି ଚାଲି ଆସୁଅଛି । ଫଳ ସ୍ବରୂପ କୁଷ୍ଠ ରୋଗ ଆଜିକାଲି ଖୁବ୍ କମ ଦେଖାଯାଏ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: