କୃଷ୍ଣସାର ମୃଗ ଶିକାର ,୩ ପୋଲିସ କର୍ମଚାରୀଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ, ୧୪।୦୫ : ଶିକାରୀଙ୍କୁ ଗୁଳିରେ ଟଳିଲେ ୩ ପୋଲିସ କର୍ମଚାରୀ । ମଧ୍ୟପ୍ରଦେଶରେ ଗୁନାରେ ଘଟିଛି ଏପରି ଅଘଟଣ । କୃଷ୍ଣସାର ମୃଗ ଶିକାରୀ ଓ ପୋଲିସ ମଧ୍ୟରେ ଗୁଳିକାଣ୍ଡ ଘଟି ଏପରି ଘଟିଛି ।ମଧ୍ୟ ପ୍ରଦେଶର ଗୁନା ଜିଲ୍ଲାରେ ବିଳମ୍ବିତ ରାତିରେ ପୋଲିସ ଓ ଶିକାରୀଙ୍କ ଭିତରେ ସଂଘର୍ଷ। ଏଥିରେ ୩ ଜଣଙ୍କ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜର ବାସଭବନରେ ଜରୁରୀକାଳୀନ ବୈଠକ ପରେ ତିନିଜଣ ପୋଲିସ କର୍ମଚାରୀଙ୍କ ପରିବାରକୁ କୋଟିଏ ଲେଖାଏଁ ଟଙ୍କା ସମ୍ମାନ ନିଧି ଦେବାର ଘୋଷଣା କରିଛି। ଘଟଣାସ୍ଥଳରେ ବିଳମ୍ବରେ ପହଁଞ୍ଚିବା ପାଇଁ ଗ୍ବାଲିୟର ଆଇଜି ଅନିଲ ଶର୍ମାଙ୍କୁ ହଟାଇବାର ନିଷ୍ପତ୍ତି ନିଆଯାଇଛି। ସୂଚନାନୁସାରେ, ଗୁନାରେ ଥିବା କିଛି ଜଙ୍ଗଲରେ କୃଷ୍ଣସାର ମୃଗ ଦେଖାଯାଆନ୍ତି । ଯାହା ଉପରେ ଶିକାରୀଙ୍କ ଲୋଳୁପ ଦୃଷ୍ଟି ରହିଥାଏ । ଶୁକ୍ରବାର ରାତିରେ କିଛି ଶିକାରୀ ଜଙ୍ଗରେ ଶିକାର କରିବାକୁ ଆସିଥିଲେ ।  ଏପରିକି ସେମାନଙ୍କ ହାତରେ ଏକ ମୃତ କୃଷ୍ଣସାର ମଧ୍ୟ ଥିଲା । ଖବର ପାଇ ପୋଲିସ ଚଢଉ କରିଥିଲା । ହେଲେ ପୂର୍ବରୁ ପ୍ରସ୍ତୁତ ଥିବା ଶିକାର ପୋଲିସ ଟିମ୍ ଉପରେ ଗୁଳିମାଡ କରିଥିଲେ । ଉଭୟ ପକ୍ଷ ମଧ୍ୟରେ ଭୟଙ୍କର ଗୁଳିମାଡ ହୋଇଥିଲା । ଏଥିରେ ୩ ଜଣ ପୋଲିସ ସହିଦ ହୋଇଛନ୍ତି । ପ୍ରାଣ ହରାଇଥିବା ପୋଲିସ କର୍ମୀ ହେଲେ ଏସଆଇ ରାଜକୁମାର ଜାଟବ, କନଷ୍ଟେବଳ ନୀରଜ ଭାର୍ଗବ, କନଷ୍ଟେବଳ ସନ୍ତରାମ । ଘଟଣାକୁ ନେଇ ରାଜ୍ୟ ସରକାର ତତ୍ପର ହୋଇ ଉଠିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ ବୈଠକ ବସିବ । ସେହିପରି ଅପରାଧୀଙ୍କୁ ଛଡାଯିବ ନାହିଁ ବୋଲି ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ।ତାଙ୍କୁ ଶହୀଦ ମାନ୍ୟତା ଦେଇ ୧ କୋଟି ଟଙ୍କା ଲେଖାଏଁ ସମ୍ମାନ ନିଧି ତାଙ୍କର ପରିବାରକୁ ଦିଆଯିବ। ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ଦିଆଯିବ। ପୁରା ସମ୍ମାନର ସହିତ ପୋଲିସ କର୍ମଚାରୀଙ୍କ ଅନ୍ତିମ ସଂସ୍କାର କରାଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: