‘କେଜିଏଫ୍ ୨’ରେ ପ୍ରଶାନ୍ତଙ୍କ ରୋମାଞ୍ଚକର ନିର୍ଦେଶନା

ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ୍ ୨’ ରିଲିଜ୍ ହୋଇସାରିଛି । ଫିଳ୍ମ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟ ସତେ ଯେମିତି ପ୍ରତିଯୋଗୀତା ଚାଲିଛି । ଗୁରୁବାର ରିଲିଜ୍‌ ହୋଇଥିବା ଫିଲ୍ମ ରବିବାର ସୁଦ୍ଧା ମାତ୍ର ୪ ଦିନରେ ଫିଲ୍ମଟି ୫୫୧ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଲାଣି । ତେବେ ଫିଲ୍ମରେ ୟଶ୍‌ଙ୍କ ଡାଇଲଗ୍‌ ଡେଲିଭରି, ସ୍କ୍ରିନ୍‌ ପ୍ଲେ, ମ୍ୟୁଜିକ୍‌, କଳାକାରଙ୍କ ଦମ୍‌ଦାର ଆକ୍ଟିଂ ଏମିତିକି ଗ୍ରାଫିକ୍ସ କାମ ମଧ୍ୟ ସମସ୍ତଙ୍କ ମନକୁ କିଣି ନେଇଛି । ଫିଲ୍ମଟିକୁ ନିଖୁଣତାର ସହ ପ୍ରସ୍ତୁତ କରାଯାଇଛି ବୋଲି ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ୁଛି । ଏହାର ସମସ୍ତ ଶ୍ରେୟ ଫିଲ୍ମ ଡାଇରେକ୍ଟର ପ୍ରଶାନ୍ତ ନୀଲଙ୍କୁ ଦିଆଯାଉଛି । ତେବେ ପ୍ରଶାନ୍ତଙ୍କ ବ୍ୟତୀତ ଆଉ ଜଣେ ବ୍ୟକ୍ତି ଅଛନ୍ତି ଯିଏ କି ପରଦା ପଛରେ ରହି ଫିଲ୍ମଟିକୁ ଏକ ଭିନ୍ନ ସ୍ତରକୁ ନେଇଛନ୍ତି । ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ଆରମ୍ଭ ହୋଇଛି । ସେ ହେଉଛନ୍ତି ଏହି ଫିଲ୍ମର ପରଦା ପଛର ହିରୋ । ଯାହାଙ୍କର ବୟସ ମାତ୍ର ୧୯ ବର୍ଷ । ସେ ନିଜ କାମ ପାଇଁ ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ହୃଦୟ ଜିତିଛନ୍ତି ।ପ୍ରଶାନ୍ତ ନୀଲ ‘କେଜିଏଫ୍ ୨’ ପାଇଁ ଅନେକ ବଡ଼ ବଡ଼ ଷ୍ଟାର୍‌ଙ୍କୁ କାଷ୍ଟ୍ କରିଥିଲେ । ଆଉ ଏହାରି ଭିତରେ ଜଣେ ୧୯ ବର୍ଷର ବାଳକ ମଧ୍ୟ ଏହି ଫିଲ୍ମର ବଡ଼ ଅଂଶ ଥିଲେ । ଯିଏ କି ଫିଲ୍ମକୁ ଅଧିକ ରୋମାଞ୍ଚକର ଓ ଆକର୍ଷଣୀୟ କରିଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ପ୍ରଶାନ୍ତ ନୀଲ ଏହି ଆକ୍ସନ୍ ଫିଲ୍ମ ପାଇଁ କୌଣସି ବଡ଼ ନାମୀ ଦାମୀ ଏଡିଟରଙ୍କୁ ଦାୟିତ୍ୱ ଦେଇନଥିଲେ । ଏହି କାମ ପାଇଁ ସେ ଜଣେ ୧୯ ବର୍ଷୀୟ ବାଳକ ଉଜ୍ଜେଲ କୁଲକର୍ଣ୍ଣିଙ୍କ ଉପରେ ଭରସା କରିଥିଲେ । ଉଜ୍ଜେଲ ମଧ୍ୟ ପ୍ରଶାନ୍ତ ନୀଲ୍‌ଙ୍କ ଭରସା ରକ୍ଷା କରିବାରେ ସଫଳ ହୋଇଛନ୍ତି । ସେ ହିଁ ଏହି ଫିଲ୍ମକୁ ଏଡିଟ୍‌ କରିଥିଲେ, ଯାହାକୁ ଆଜି ସମସ୍ତେ ପସନ୍ଦ କରୁଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: