କେନ୍ଦୁଗୁଡା ବନ ସୁରକ୍ଷା ସମିତିକୁ ପୁରସ୍କାର ଦେଲା ବନ ବିଭାଗ

ନବରଙ୍ଗପୁର,୫/୯(ମିହିର ଶଙ୍କର ପାତ୍ର):ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଅଧୀନରେ ଥିବା କୋଇଲାରି ପଂଚାୟତ କେନ୍ଦୁଗୁଡା ବନ ସୁରକ୍ଷା ସମିତି ର କାର୍ଯ୍ୟ ଦକ୍ଷତା,ବନ ସୁରକ୍ଷା,ବଣ ଜଙ୍ଗଲରେ ବେଆଇନ ଭାବେ ଗଛ କାଟୁ ଥିବା ଚୋର କୁ ବନ ବିଭାଗ ଦ୍ୱାରା ଚୋର ଧରାଇବା ଉପରେ ବେଶ ଦକ୍ଷତା ଅର୍ଜନ କରି ସୁନାମ ଅର୍ଜନ କରି ଥିବା ଉକ୍ତ ସମିତି କୁ ତା ୨୫/୮ ରୁ ୩/୯ ଦୀର୍ଘ ୧୦ ଦିନ ନବରଙ୍ଗପୁର ଏସ ବି ଆଇ( ଆର ଏସ ଇ ଟି ଆଇ )ହିର୍ଲି ଠାରୁ ଅଧିକାରୀ ମାନେ ଆସି ଛତୁ ଚାଷ ତାଲିମ ପ୍ରଦାନ କରିଥିଲେ।ଦୀର୍ଘ ୧୦ଦିନ ଆଜି ତାଲିମ ର ଅନ୍ତିମ ପର୍ଯ୍ୟାୟ ରେ ମହିଳା ମାନଙ୍କୁ ଛତୁ ଚାଷ ନିମନ୍ତେ ମାନ ପତ୍ର ସହ ଟ୍ରଫି ପ୍ରଦାନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭଗବତୀ ଭତ୍ରା ଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ବନଖଣ୍ଡ ଅଧିକାରୀ ମଗର ଧନାଜି ରଓସୋ,ସମ୍ମାନିତ ଅତିଥି କୋଇଲାରି ସରପଞ୍ଚ ଭତ୍ରା,ଡାବୁଗାଁ ପଂଚାୟତ ସମିତି ଅଧକ୍ଷ୍ୟ ବଇଁଶୀ ଧର ମାଝୀ,ସାଂସଦ ପ୍ରତିନିଧି ଏମ ଆପ୍ପା ରାଓ,ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ,ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ସ୍ଵାବଲମ୍ବି ତାଲିମ(ଆର ଏସ ଇ ଟି ଆଇ ) ନିର୍ଦେଶକ ଜି.ପ୍ରସାଦ, ଫ୍ୟାକୁଲିଟି,ଏସ ବି ଆଇ(ଆର ଏସ ଇ ଟି ଆଇ)ରାଜ କୁମାର ପଟ୍ଟନାୟକ ଓ ନିର୍ମଳ ମିଶ୍ର ଏବଂ ଜିଲ୍ଲା ନିୟୋଜନ ଅଧିକାରୀ ତତ୍ଵମସି ମହାପାତ୍ର ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ଛତୁ ଚାଷ ତାଲିମ ପାଇଥିବା ହିତାଧି କାରୀ ମହିଳା ମାନଙ୍କୁ ପ୍ରୋଛ୍ହାହନ ଦେଇ ଛତୁ ଚାଷ ରେ ଅଧିକରୁ ଅଧିକ ରୋଜଗାର କରିବା ସହ ଦେଶ ବିଦେଶ ରେ ଯେପରି ନା କରନ୍ତୁ,ଏହା ଉପରେ ବ୍ୟାପକ ପରାମର୍ଶ ଦେଇଥିଲେ।ସମସ୍ତ ଅତିଥି ଛତୁ ଚାଷ ରେ ଉକ୍ତ ମହିଳା ଗ୍ରୁପ ଉନ୍ନତି କରନ୍ତୁ ବୋଲି ମତ ରଖି ଥିଲେ।ବ୍ୟାଙ୍କ ରୁ ଉକ୍ତ ଗ୍ରୁପ ଏକ ଲକ୍ଷ ରୁ ଦେଢ଼ ଲକ୍ଷ ଋଣ ନେଇ ଗ୍ରୁପ କୁ ବଢେଇ ପାରି ସ୍ଵ ରୋଜଗାର କ୍ଷମ ହୋଇ ପାରିବେ ବୋଲି ମତ ପୋଷଣ କରିଥିଲେ।ଉକ୍ତ କାର୍ଯ୍ୟ କ୍ରମ ବନଞ୍ଚଳ ଅଧିକାରୀ ପରିଚାଳନା କରି ଥିବା ବେଳେ ଡାବୁଗାଁ ବନପାଳ ଲକ୍ଷ୍ମିକାନ୍ତ ସାହୁ,ବନରକ୍ଷୀ ମନୋରଞ୍ଜନ ନାୟକ,ପ୍ରକାଶ ସରକାର,କୁନ୍ତଳା ହରିଜନ ପ୍ରମୁଖ ଅନ୍ୟାନ୍ୟ୍ କର୍ମଚାରି ସହଯୋଗ କରିଥିଲେ।

WhatsApp Image 2021 09 03 at 7.11.59 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: