କେନ୍ଦୁଝର,୧୨।୦୪: କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି । ତେବେ କେନ୍ଦୁଝର ଜିଲ୍ଲାପାଳଙ୍କୁ ଆଣି କମିଶନଙ୍କ ଠାରେ ହାଜର କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବାରମ୍ବାର ସମନ ସତ୍ତ୍ୱେ ହାଜର ହେଉନଥିବାରୁ ୱାରେଣ୍ଟ ଜାରି ହୋଇଛି । ଜନଜାତି ଉତ୍ପୀଡନ ସଂପର୍କୀତ ବିଭିନ୍ନ ମାମଲାରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା । ତେବେ ବାରମ୍ବାର ସମନ ସତ୍ତ୍ୱେ ହାଜର ହେଉନଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏନେଇ ଜନଜାତି କମିଶନ ଡିଜିପି ସୁନୀଲ ବଂଶଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗନ୍ଧମାର୍ଦ୍ଧନ ଖଣିର ଶ୍ରମିକ ନେତା ମୋନା ପୂର୍ତ୍ତିଙ୍କ ସମେତ ଏକାଧିକ ମାମଲାରେ ଜିଲ୍ଲାପାଳ ଆଶିଷ ଖାଟରେଙ୍କୁ ଜାତୀୟ ଜନଜାତି ଆୟୋଗଙ୍କ ତରଫରୁ ସମନ ହୋଇଥିଲା । ହେଲେ ଜିଲ୍ଲାପାଳ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ କୋର୍ଟରେ ହାଜର ହୋଇନଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |