ନୂଆଦିଲ୍ଲୀ,୦୮/୧୦ : କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶଓ୍ଵାନଙ୍କ ଦେହାନ୍ତ ହୋଇଛି । ୭୪ ବର୍ଷରେ ସେ ମୃତ୍ୟୁ ବରଣ କରିଛନ୍ତି । କିଛିଦିନ ତଳେ ଦିଲ୍ଲୀର ଏକ ହସପିଟାଲରେ ତାଙ୍କର ହାର୍ଟ ସର୍ଜରୀ ହୋଇଥିଲା । ତାଙ୍କର ମୃତ୍ୟୁସଂପର୍କରେ ତାଙ୍କ ପୁଅ ଚିରାଗ ପାଶଓ୍ଵାନ ଟ୍ଵିଟ କରି ସୂଚନା ଦେଇଛନ୍ତି ।ଗତ କିଛି ସପ୍ତାହ ହେବ ଛାତି ଯନ୍ତ୍ରଣା ଜନିତ ସମସ୍ୟା ଯୋଗୁଁ ଦିଲ୍ଳୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ଶନିବାର ତାଙ୍କ ହାର୍ଟ ସର୍ଜରୀ ହୋଇଥିଲା। ଉଭୟ ଏନଡିଏ ଏବଂ ୟୁପିଏ ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଚଛନ୍ତି। ଏଲଜେପିର ପ୍ରତିଷ୍ଠାତା ଥିଲେ ରାମ ବିଳାସ। ୧୯୯୬-୧୯୯୮ ବର୍ଷ ମଧ୍ୟରେ ସେ ରେଳ ମନ୍ତ୍ରୀ ମଧ୍ୟ ଥିଲେ। ସେ କେନ୍ଦ୍ର ଖାଉଟି ଓ କଲ୍ୟାଣ ମନ୍ତ୍ରୀ ଥିଲେ। ସେ ବିହାରର ହାଜିପୁର ସଂସଦୀୟ କ୍ଷେତ୍ରରେ ସାସଂଦ ଥିଲେ।
पापा….अब आप इस दुनिया में नहीं हैं लेकिन मुझे पता है आप जहां भी हैं हमेशा मेरे साथ हैं।
Miss you Papa… pic.twitter.com/Qc9wF6Jl6Z— युवा बिहारी चिराग पासवान (@iChiragPaswan) October 8, 2020
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |