କେନ୍ଦ୍ରାପଡ଼ା ସହର ଓ ପାଖ ୪ ପଞ୍ଚାୟତରୁ ହଟିଲା ୧୪୪ ଧାରା

କେନ୍ଦ୍ରାପଡ଼ା୨୮/୭: କେନ୍ଦ୍ରାପଡ଼ା ସହର ଓ ୪ ପଞ୍ଚାୟତରୁ ହଟିଲା ୧୪୪ ଧାରା । କୌଣସି ସ୍ଥାନରେ ଲୋକ ଗହଳି ନହେବାରୁ, ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବାରୁ, ଶାନ୍ତି ବଜାୟ ରହିଥିବାରୁ ଓ ଆଇନଶୃଙ୍ଖଳା ବ୍ୟବସ୍ଥା ଠିକ୍ ଥିବାରୁ ଗତ ରାତି ୧୧ଟାରୁ କଟକଣାକୁ ହଟାଇ ଦେଇଛି ଜିଲ୍ଲା ପ୍ରଶାସନ । ଜନସାଧରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଥିବା ବିଜ୍ଞପ୍ତିରେ କୁହାଯାଇଛି ।ଗ୍ୟାଙ୍ଗଷ୍ଟର ହାଇଦରର ପୁଲିସ ଏନକାଉଣ୍ଟରରେ ମୃତ୍ୟୁ ପରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବାର ଆଶଙ୍କା କରି, କେନ୍ଦ୍ରାପଡ଼ା ମୁନସିପାଲିଟି ସମେତ ସହରକୁ ଲାଗିଥିବା ଗୁଲନଗର, ବାରିମୂଳ, କପାଳେଶ୍ୱର ଓ ଜମଧର ପଂଚାୟତରେ ୧୪୪ ଧାରା ଲାଗୁ ହୋଇଥିଲା । ୨୪ ତାରିଖ ରାତି ୧୧ଟାରୁ ୩୦ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ସପ୍ତାହ ବ୍ୟାପି କଟକଣା ବଳବତ୍ତର ରହିବ ବୋଲି କୁହାଯାଇଥିଲା । ପରିସ୍ଥିତିର ସମୀକ୍ଷା ପରେ ଗତକାଲି କଟକଣା ହଟାଇବାକୁ ନିଷ୍ପତ୍ତି ନେଇଥିଲା ଜିଲ୍ଲା ପ୍ରଶାସନ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: