କେନ୍ଦ୍ରାପଡାରେ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ପାଇଁ ବିଜେପି ପକ୍ଷରୁ ଜନ ଆନ୍ଦୋଳନ ଡାକରା

କେନ୍ଦ୍ରାପଡ଼ା,୧୫/୬ :ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡାରେ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ସ୍ଥଗିତାଦେଶ ବିରୋଧରେ କେନ୍ଦ୍ରାପଡା ବିଜେପି ପକ୍ଷରୁ ଜନଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏକ ବୈଠକରେ ବହୁ ପୁରାତନ ସଂସ୍କୃତି, ପରମ୍ପରା ସମ୍ପନ୍ନ କେନ୍ଦ୍ରାପଡାର ଶ୍ରୀବଳଦେବଜୀଉଙ୍କ ମନ୍ଦିରର ନୀତିକାନ୍ତି ପୁରୀ ଜଗନ୍ନାଥ ମନ୍ଦିର ସହ ସମାନ । ବିଗତ ୯ଶହ ବର୍ଷ ଧରି ଏହି ପରମ୍ପରା ଅବିରତ ଭାବେ ଚାଲୁଥିଲା ବେଳେ ଗତବର୍ଷ ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ବନ୍ଦ ହୋଇଥିଲା । ସୁପ୍ରମ କୋର୍ଟ ରାଜ୍ୟ ସରକାରଙ୍କୁ ମନ୍ଦିରରେ ଠାକୁରଙ୍କ ଦୈନିକ ନୀତିକାନ୍ତି ବନ୍ଦ ନକରିବା ପାଇଁ ଆଦେଶ ଦେଇଥିବା ବେଳେ ଠାକୁରଙ୍କ ନୀତିକାନ୍ତିର ଅଂଶବିଶେଷ ସ୍ୱରୂପ ରଥଯାତ୍ରାକୁ ବନ୍ଦ କରିବା ନିଷ୍ପତ୍ତିକୁ ଘୋର ନିନ୍ଦା କରାଯାଇଛି । ତେଣୁ କେନ୍ଦ୍ରାପଡାରେ ରଥଯାତ୍ରା ପାଇଁ ଆଦେଶକୁ ପ୍ରତ୍ୟାହାର କରାଯାଇ କୋଭିଡ ଗାଇଡଲାଇନ ଅନୁଯାଇ ରଥଯାତ୍ରା କରିବା ପାଇଁ ଅନୁମତି ଦାବି କରାଯାଇଛି । ସରକାରଙ୍କ ଏହି ତୃଟିପୂର୍ଣ୍ଣ ନିଷ୍ପତ୍ତି ବିରୋଧରେ ବିଜେପି ତାର ଆନ୍ଦୋଳନ ଯୋରଦାର କରିବ । ଯୁବମୋର୍ଚ୍ଚା ଓ କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ସଦର ମହକୁମା ଓ ପ୍ରତ୍ୟେକ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବା ସହ ଆନ୍ଦୋଳନକୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଯୋରଦାର କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ବିଜେପି ନେତା ଭୁବନମୋହନ ଜେନା, ସୁନାକର ବେହେରା, ରଶ୍ମିରଞ୍ଜନ ବେହେରା, ଉପିନ ରାଉତ, ସରୋଜକାନ୍ତ ନାୟକ, ଶଶାଙ୍କ ଶେଖର ସେଠୀ, ଅଭିମନ୍ୟୁ ଗୋଛାୟତ, ବିନ୍ଦୁସାଗର ଦାସ, ମିହିର ସାମଲ, ପ୍ରିୟଦର୍ଶିନୀ ନନ୍ଦ, ରଞ୍ଜିତ ଆଚାର୍ଯ୍ୟ, ସୁଦାମ ମଲ୍ଲିକ, ସତ୍ୟପ୍ରକାଶ ସାମଲ, ସେକ ବୁରହାନ ଅଲ୍ଲୀ ପ୍ରମୁଖ ଯୋଗଦେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: