କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ବେଷ୍ଟ ଗ୍ରାଜୁଏଟଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା, ୮/୧୧ – କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ବେଷ୍ଟ ଗ୍ରାଜୁଏଟ ତଥା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଂଚାୟତର କନ୍ତିଆ ଗ୍ରାମର ମାନସ କୁମାର ଜେନା ଓ ମମତାରାଣୀ ଜେନାଙ୍କ ପୁଅ ବିନୋଦ କୁମାର ଜେନାଙ୍କୁ ତାଙ୍କ ବାସଭବନରେ ତରାପୁର ଜାଗୁଳେଇ ବିଦ୍ୟାପୀଠର ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପୁରାତନ ଛାତ୍ର ରାଜେଶ ପଣ୍ଡା,ରମାକାନ୍ତ ମହାନ୍ତି,ବିକାଶ ଦଳାଇ,ଦୀପକ ମଳିକ,ପର୍ଶୁରାମ ବେଉରା,ଦେବେନ୍ଦ୍ର ଦାସ,ଅଭିଷେକ ନାୟକ,ସୁଜିତ କୁମାର ନାୟକ ପ୍ରମୁଖ ବିନୋଦଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ବିନୋଦ ଆର୍ଥିକ ଅନାଟନ ମଧ୍ୟରେ ରହି ମଧ୍ୟ ଏହି ସଫଳତା ପାଇପାରିଛନ୍ତି । ସେ ଭବିଷ୍ୟତରେ ଜଣେ ସଫଳ ପ୍ରଶାସକ ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: