କେନ୍ଦ୍ରାପଡା, ୧୯/୯ – କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି । ଏଥିରେ +୩ ବିଜ୍ଞାନ ବିଭାଗ ପଦାର୍ଥ ବିଜ୍ଞାନ ସମ୍ମାନ ଛାତ୍ର ରାହୁଲ ଶତପଥୀ କଲେଜ ଟପ୍ପର ହୋଇଥିବା ଜଣାପଡିଛି । ସେହିପରି କଳା ବିଭାଗର ମନସ୍ତତ୍ୱ ସମ୍ମାନର ଛାତ୍ରୀ ପ୍ରଜ୍ଞା ପରମିତା ଷଣ୍ଢ କଳା ବିଭାଗରେ ଟପ୍ପର ହୋଇଥିବା ବେଳେ ବାଣିଜ୍ୟ ବିଭାଗ ସମ୍ମାନର ଛାତ୍ରୀ ଶୁଭଶ୍ରୀ ନାୟକ ବାଣିଜ୍ୟ ବିଭାଗର ଟପ୍ପର ହୋଇଛନ୍ତି । ବିଜ୍ଞାନ ବିଭାଗର ଛାତ୍ର ରାହୁଲ ୯୨.୮୮ ପ୍ରତିଶତ ମାର୍କ ରଖିଥିବା ବେଳେ କଳା ବିଭାଗର ଛାତ୍ରୀ ପ୍ରଜ୍ଞା ପରମିତା ୮୯.୭୬ ପ୍ରତିଶତ ଓ ବାଣିଜ୍ୟ ବିଭାଗ ଛାତ୍ରୀ ଶୁଭଶ୍ରୀ ୮୧.୭୬ ପ୍ରତିଶତ ମାର୍କ ରଖିଛନ୍ତି । ଏହି ୩ଜଣ ଛାତ୍ରଛାତ୍ରୀଙ୍କୁ ଏକ ନିରାଡମ୍ବର ଉତ୍ସବରେ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଚଳିତ ବର୍ଷ କଳାରେ ୯୮.୩୩ ପ୍ରତିଶତ, ବାଣିଜ୍ୟରେ ୯୭ପ୍ରତିଶତ ଓ ବିଜ୍ଞାନରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତିର୍ଣ୍ଣ ହୋଇଛନ୍ତି । କଳାରେ ୨୭୧ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଥିବା ବେଳେ ୨୫୦ଜଣ ପରୀକ୍ଷା ଦେଇଥିଲେ । ୨୧ଜଣ ପରୀକ୍ଷା ଦେଇନଥିବା ବେଳେ ପ୍ରଥମଶ୍ରେଣୀ ଡିଷ୍ଟିନସନରେ ୨୦୩ଜଣ,ପ୍ରଥମଶ୍ରେଣୀରେ ୨୮ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୧୪ଜଣ ପାସ କରିଥିବା ବେଳେ ମୋଟ ୨୪୫ଜଣ ପାସ କରିଛନ୍ତି ଓ ୫ଜଣ ଫେଲ ହୋଇଛନ୍ତି । ସେଥିମଧ୍ୟରୁ ୬୯ଜଣ ଛାତ୍ର ଥିବା ବେଳେ ୧୮୧ଜଣ ଛାତ୍ରୀ ଅଛନ୍ତି । ବିଜ୍ଞାନ ବିଭାଗରେ ୨୭୦ଜଣ ପଞ୍ଜିକୃତ ହୋଇଥିବା ବେଳେ ୨୪୪ଜଣ ପରୀକ୍ଷା ଦେଇଥିଲେ । ୨୬ଜଣ ପରୀକ୍ଷା ଦେଇନଥିବା ବେଳେ ପ୍ରଥମଶ୍ରେଣୀ ଡିଷ୍ଟିନସନରେ ୧୫୦ଜଣ, ପ୍ରଥମଶ୍ରେଣୀରେ ୯୨ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୨ଜଣ ପାସ କରିଥିବା ବେଳେ ମୋଟ ୨୪୪ଜଣ ପାସ କରିଛନ୍ତି । ସେଥିମଧ୍ୟରୁ ୧୨୮ଜଣ ଛାତ୍ର ଥିବା ବେଳେ ୧୧୬ଜଣ ଛାତ୍ରୀ ଅଛନ୍ତି । ସେହିଭଳି ବାଣିଜ୍ୟ ବିଭାଗରେ ୨୭୫ଜଣ ପଞ୍ଜିକୃତ ହୋଇଥିବା ବେଳେ ୨୬୦ଜଣ ପରୀକ୍ଷା ଦେଇଥିଲେ । ୧୫ଜଣ ପରୀକ୍ଷା ଦେଇନଥିବା ବେଳେ ପ୍ରଥମଶ୍ରେଣୀ ଡିଷ୍ଟିନସନରେ ୩୦ଜଣ, ପ୍ରଥମଶ୍ରେଣୀରେ ୯୩ଜଣ ଓ ଦ୍ୱିତୀୟ ଶ୍ରେଣୀରେ ୧୩୦ଜଣ ପାସ କରିଥିବା ବେଳେ ମୋଟ ୨୫୩ଜଣ ପାସ କରିଛନ୍ତି ଓ ୭ଜଣ ଫେଲ ହୋଇଛନ୍ତି । ସେଥିମଧ୍ୟରୁ ୨୦୭ଜଣ ଛାତ୍ର ଥିବା ବେଳେ ୫୩ଜଣ ଛାତ୍ରୀ ଅଛନ୍ତି । କଲେଜର ମୋଟ ୮୧୬ଜଣ ଛାତ୍ରଛାତ୍ରୀ ପଞ୍ଜିକୃତ ହୋଇଥିବା ବେଳେ ମୋଟ ୭୫୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଓ ୭୪୩ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । କଲେଜର ପାସହାର ୯୮.୫ ପ୍ରତିଶତ ହୋଇଥିବା ବେଳେ ସେଥିମଧ୍ୟରୁ ୪୦୧ଜଣ ଛାତ୍ର ଥିବା ବେଳେ ୩୫୩ଜଣ ଛାତ୍ରୀ ଅଛନ୍ତି । ଏହି ପରୀକ୍ଷା ଫଳ ପୁସ୍ତିକା ଉନ୍ନୋଚନ ଓ ସମ୍ବର୍ଦ୍ଧନା ଉତ୍ସବରେ କଲେଜ ଅଧ୍ୟକ୍ଷ ଡଃ.ତ୍ରିପାଠୀଙ୍କ ସମେତ ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା, ପରୀକ୍ଷା ନିୟନ୍ତ୍ରକ ପ୍ରାଧ୍ୟାପକ ରାମଚନ୍ଦ୍ର ପାତ୍ର, ଉପ ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ରମାନାଥ ମହାନ୍ତି, ଡଃ. ଜ୍ଞାନୀନ୍ଦ୍ର ଦାଶ, ଡଃ. ଗୈାରପ୍ରସାଦ ଷଡଙ୍ଗୀ,ଅଶୋକ କୁମାର ଦାସ, ସେକ ସାହାବୁଦ୍ଦିନ ଅଲ୍ଲୀ, ଅଧ୍ୟାପକ ରଞ୍ଜିତ କୁମାର ଦାସ, ଡଃ. ସେକ ହବିବ, ଡଃ. ଦେବକାନ୍ତ ଷଡଙ୍ଗୀ, ଅଚ୍ୟୁତ କୁମାର ମହାରଣା, ଅମର ସାହୁ, ରାକେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |