କେନ୍ଦ୍ରାପଡ଼ାରେ ପହଂଚିଲେ ପୁଲିସ ଡ଼ିଜି ଅଭୟ, ସଚିବ ହେମନ୍ତ ଶର୍ମା କଲେ ତଦାରଖ

କେନ୍ଦ୍ରାପଡ଼ା,୨୪/୫: କେନ୍ଦ୍ରାପଡ଼ାରେ ପୁଳିସ ଡ଼ିଜି ଅଭୟ ପହଂଚି ସାମ୍ଭାବ୍ୟ ବାତ୍ୟା ୟାସ୍‌ର ମୁକାବିଲା ପାଇଁ ବିଭିନ୍ନ ଅଧିକାରୀଙ୍କ ସହିତ ଆଲେ।।ଚନା ଜାରି ରଖିଥିବା ବେଳେ ସଚିବ ହେମନ୍ତ ଶର୍ମା ମଧ୍ୟ ଜିଲାପାଳ, ଏସପିଙ୍କ ସହିତ ଜିଲାସ୍ତରୀୟ ଅଧିକାରୀଙ୍କ ସହିତ ଆଳୋଚନା କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିରୋ କାଜୁଆଲିଟିକୁ ପ୍ରାଥମିକତା ଦେଇ ଘନ ଘନ ବୈଠକ ସହିତ କେଉଁ ପରିସ୍ଥିତିରେ ଲୋକମାନଙ୍କୁ ସୁରକ୍ଷା ଦିଆଯାଇପାରିବ ସେ ସଂପର୍କରେ ବିଚାର ବିମର୍ଷ କରୁଛନ୍ତି । ଅନ୍ୟପଟେ ଜିଲାର ମହାକାଳପଡ଼ା, ରାଜନଗର ଏବଂ ରାଜକନିକା ଅଧିକ ପ୍ରଭାବିତ ହେବା ନେଇ ସୂଚନା ରହିଥିବାରୁ ଏହି ତିନି ବ୍ଲକ୍ ଉପରେ ଅଧିକ ଫୋକସ୍ ଜାରି ରଖିଛନ୍ତି । ତିନି ବ୍ଲକ୍‌ରେ ବିଡ଼ିଓ, ତହସିଲଦାର ୨୪ ଘଂଟିଆ କଣ୍ଟ୍ରୋଲ ରୁମ୍ ଖୋଲି ନଜର ରଖିଛନ୍ତି ।

WhatsApp Image 2021 05 24 at 7.33.17 PM

ତଳିଆ ଅଂଚଳ ଲୋକମାନଙ୍କୁ କେମିତି ବାତ୍ୟା ଆଶ୍ରୟସ୍ଥଳୀକୁ କରୋନା ମହାମାରୀ ସମୟରେ ଆଣିବେ ତାହାହିଁ ପ୍ରାଶାସନକୁ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି ।

WhatsApp Image 2021 05 24 at 7.20.22 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: