କେନ୍ଦ୍ରାପଡ଼ା : କୋଭିଡ଼ ଚିକିତ୍ସାଳୟର ଦୂରାବସ୍ଥା, କରୋନା ଆକ୍ରାନ୍ତଙ୍କୁ ମିଳିପାରୁନି ଉପଯୁକ୍ତ ଚିକିତ୍ସା

ଔଷଧ କିଣୁଛନ୍ତି ସମ୍ପର୍କୀୟ

ମହାକାଳପଡ଼ା,୧୫/୦୬: କରୋନା ଆକ୍ରାନ୍ତ ରୋଗିମାନଙ୍କୁ ଚିକିତ୍ସା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରୁଛନ୍ତି । କୋଭିଡ଼୍ କେୟାରେ ଚିକିତ୍ସାଳୟ ଖୋଲାଯାଇ ରୋଗୀମାନଙ୍କୁ ଚିକିତ୍ସା କରାଯାଉଛି । ସେମାନଙ୍କ ଖାଦ୍ୟ ଓ ଔଷଧପତ୍ର ଯେପରି ରୋଗିମାନେ ପାଇପାରିବେ ସେଥିପ୍ରତି ଦୃଷ୍ଟିଦେବାକୁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଠିକ୍ ଏହି ସମୟରେ କୋଭିଡ଼୍ ଔଷଧର ଗୁଣବତାନେଇ ରାଜ୍ୟସାରା ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ ଘଟଣାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଂଚକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏଣେ ଗ୍ରାମାଂଚଳରେ କୋଭିଡ଼୍ ଆକ୍ରାନ୍ତ ରୋଗିମାନଙ୍କୁ କିଭଳି ଚିକିତ୍ସା ଦିଆଯାଉଛି, ଚିକିତ୍ସା ପରେ କିଭଳି ଘରେ ସୁରକ୍ଷିତ ଭାବେ ଘରେ ପହଂଚାଯାଉଛି ଯାହାକୁ ନେଇ ପ୍ରଶ୍ନ ଉଠିଛି । ଏ ନେଇ ମହାକାଳପଡ଼ା ବ୍ଳକ ଗୋଖାଖଟି ଗ୍ରାମର ଖୁଲଣା ସ୍ୱାଇଁ ବୟସ-୭୦ କିଭଳି ଭାବେ କେନ୍ଦ୍ରାପଡ଼ା ସ୍ୱୟଶାସିତ ମହାବିଦ୍ୟାଳୟରେ ଖୋଲାଯାଇଥିବା କୋଭିଡ଼୍ କେୟାର ସେଂଟରରେ ଚିକିତ୍ସିତ ହେଉଛନ୍ତି, ଏ ନେଇ ତାଙ୍କ ପୁଅ ଅଙ୍ଗଦ ସ୍ୱାଇଁ ଘଟଣା ସମ୍ପର୍କରେ ଅଭିଯୋଗ ଆଣିବା ପରେ ପୁରା ବ୍ୟବସ୍ଥାର ସ୍ୱଚ୍ଛତା, ସମୟାନୁବର୍ତିିତା ଓ ଦାୟିତ୍ୱବୋଧ ସମ୍ପର୍କରେ ତଦନ୍ତ କରିବା ନେଇ ବିଭିନ୍ନ ମହଲରୁ ଦାବି ଉଠିଛି । ଘଟଣାରୁ ପ୍ରକାଶ ଖୁଲଣା ନିଜର ରକ୍ତ ପରୀକ୍ଷାକରିବା ପାଇଁ ପୁଅ ସହିତ ୩୦.୫.୨୦୨୧ ମହାକାଳପଡ଼ା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ତାଙ୍କର କୋଭିଡ଼୍ ପଜେଟିଭ୍ ବାହାରିବା ପରେ ତାଙ୍କୁ ହୋମ୍ ଆଇସୋଲେସନ୍‌ରେ ରହିବା ପାଇଁ ବିଭାଗୀୟ ଡାକ୍ତରମାନେ ପରାମର୍ଶ ଦେଇଥିଲେ ଓ ମେଡ଼ିସିନ୍ କିଟ୍ ଘରେ ନେଇଦେଇଆସିଥିଲେ । ତେବେ ଯଦିକୌଣସି ଅସୁବିଧା ହୁଏ ତେବେ ଡାକ୍ତରୀ ଦଳକୁ ଟେଲିଫୋନ୍ କରିବା ପାଇଁ ପରାମର୍ଶ ଦେଇ ଘରକୁ ଆସିଥିଲେ । ପରେ କ୍ରମଶଃ ବୃଦ୍ଧାଙ୍କର ଅବସ୍ଥା ଖରାପ ହୋଇପଡ଼ିଲା, ପାଟିରେ ଘା ହୋଇଗଲା, ଖାଇପାରିଲେନି, ବାନ୍ତିହେଲା, ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଲେ । ଏକପ୍ରକାର ଶଯ୍ୟାଶାୟୀ ହୋଇଯିବା ପରେ ଏ ନେଇ ପୁଅ ଅଙ୍ଗଦ ବିଭାଗୀୟ ଡାକ୍ତରଙ୍କୁ ଜଣାଇଥିଲେ । ପରେ ଆମ୍ବୁଲାନ୍ସ ଆସି ବୃଦ୍ଧାଙ୍କୁ କେନ୍ଦ୍ରାପଡ଼ା କୋଭିଡ଼୍ କେୟାର ସେଂଟରୁ ଚଳିତ ମାସ ୭ ତାରିଖ ଦିନ ପ୍ରାୟ ଦିନ ୨ଟା ବେଳେ ଘରୁ ଆସି ନେଇଥିଲେ । ପରେ ପୁଅ ଯାଇ କୋଭିଡ଼୍ କେୟାର ସେଂଟରରେ ପହଂଚି ମା’ର ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ । କିନ୍ତୁ ସେଠାରେ ଆବଶ୍ୟକ ଔଷଧ ମା’ଙ୍କୁ ମିଳୁନଥିବା, ଏପରିକି ସାଲାଇନ୍ ଟିଏ ଦିଆଯାଇନଥିବା ଜାଣି ଦାୟିତ୍ୱରେ ଥିବା ସମ୍ପୃକ୍ତ ଡାକ୍ତରଙ୍କୁ ପଚାରିବୁଝିଥିଲେ । ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ବାହାରୁ ଔଷଧ ଆଣି ଦେବାପରେ ବୃଦ୍ଧାଙ୍କୁ ସାଲାଇନ୍ ଦିଆଯାଇଥିଲା ଓ ପାଟି ଘାର ଔଷଧ ଏବଂ ଅନ୍ୟାନ୍ୟ ଔଷଧ ବାହାରୁ କିଣି ଆଣି ବୃଦ୍ଧାଙ୍କୁ ପଠାଇଥିବା ନେଇ ତାଙ୍କ ପୁଅ ଅଭିଯୋଗ କରିଛନ୍ତି । ଏହା ପରେ ତାଙ୍କ ମା’ଙ୍କୁ ତୁରନ୍ତ ଡିସ୍‌ଚାର୍ଜ କରିବା ପାଇଁ ସେ ନିବେଦନ କରିଥିଲେ । କିନ୍ତୁ ଦାୟିତ୍ୱରେ ଥିବା ଅଧିକାରୀମାନେ କହିଥିଲେ ତୁମ ଘରେ ଆମ୍ବୁଲାନ୍ସ ଯୋଗେ ପେସେଂଟକୁନେଇ ଛାଡ଼ିଦିଆହେବ । ୧୨ ତାରିଖ ଦିନ ଆମ୍ବୁଲାନ୍ସ ଯୋଗେ ବୃଦ୍ଧାଙ୍କୁ ଅଣାଯାଉଛି ବୋଲି ତାଙ୍କ ପୁଅ ଯୋଗାଯୋଗ କରିବା ପରେ ପୁଅକୁ ଉତର ମିଳିଥିଲା । ପୁଅ ଓ ପରିବାର ଲୋକେ ବୃଦ୍ଧା କେତେବେଳେ ଆସିବେ ଚାହିଁ ବସିଥିବାବେଳେ ଆମ୍ବୁଲାନ୍ସ ରେ ଆସିଥିବା କର୍ମଚାରୀମାନେ ପ୍ରଥମରୁ ଗୋଜାବନ୍ଧ ଛକରେ ବୃଦ୍ଧାଙ୍କୁ ଛାଡ଼ିବାକୁ କହିଥିଲେ । ଯାହାର ଦୂରତା ବୃଦ୍ଧାଙ୍କ ଘର ପାଖରୁ ୧ କିଲୋମିଟରରୁ ଉର୍ଦ୍ଧ୍ୱ ହେବ । ଏହାକୁ ବୃଦ୍ଧା ପ୍ରତିବାଦ କରିବା ପରେ ପୁଣି ଷାଠିଏବାଟି ଛକରେ କହିଲେ ଆମେ ଛାଡ଼ିଦେବୁ । ସେଠାକାର ଲୋକ ଏହାକୁ ବିରୋଧ କରିବାରୁ ପୁଣି ଆଗକୁଗଡ଼ିଥିଲା ଆମ୍ବୁଲାନ୍ସ । ଏଣେ ବୃଦ୍ଧା ଅତ୍ୟନ୍ତ ଦୁର୍ବଳ, ପାଟିରେ ଘା, ଔଷଧ ଖାଉଛନ୍ତି, ପେଟକୁ ଦାନା ଯାଇପାରୁନିି, ବୟସ ର ଅପରାହ୍ନରେ ରୋଗ ସହ ଯୁଝି ଘରକୁ ଫେରିବା ପରିବର୍ତେ ବୃଦ୍ଧାଙ୍କୁ ଅଧବାଟରେ ଆମ୍ବୁଲାନ୍ସ ଛାଡ଼ିପଳାଇଗଲା । ବୃଦ୍ଧା ଜଣକ ଯେତେ କାକୁତି ମିନତି ହୋଇ ଆମ୍ବୁଲାନ୍ସ କର୍ମଚାରୀଙ୍କୁ କହିଥିଲେ ମଧ୍ୟ ସେମାନେ ଶୁଣିବାକୁ ପ୍ରସ୍ତୁତ ନଥିଲେ । ଆକାଶରେ ମେଘ, ଘଡ଼ଘଡ଼ି, ବିଜୁଳି । ରାସ୍ତାଘାଟ ଶୂନଶାନ । ମଝି ରାସ୍ତାରେ ବୃଦ୍ଧାଜଣକ ଆଗକୁ ଚାଲିବାକୁ ଜୁ ନାହିଁ । ସେଣେ ପରିବାର ଲୋକେ ବ୍ୟସ୍ତହୋଇପଡ଼ିଲେଣି ମା’ ଗଲେ କୁଆଡ଼େ । ଏଣେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାକରୁ ସେଠାରୁ ଉତର ଆସିଥିଲା ଆମ୍ବୁଲାନ୍ସ ତୁମ ମା’ଙ୍କୁ ଛାଡ଼ି ଆସି ସାରିଲାଣି । ପରିବାର ଲୋକେ ବୃଦ୍ଧାଙ୍କୁ ଖୋଜି ଖୋଜି ଆସିବାରୁ ମେଘ ଘଡ଼ଘଡ଼ି ବିଜୁଳି ଭିତରେ ବୃଦ୍ଧା ଜଣକ ୧୦ହାତ ବାଟ ଯାଉଚନ୍ତି, ଟିକେ ବସୁଛନ୍ତି । ପରିବାର ଲୋକେ ଆସି ଦେଖନ୍ତିତ ବୃଦ୍ଧାଜଣକ ଅଧାବାଟରେ ବସିଛନ୍ତି । ପରେ ପରିବାର ଲୋକେ ବୃଦ୍ଧାଙ୍କୁ ଟେକିଟେକି ଘରକୁ ନେଲେ । ତେବେ ଘଟଣା ସମ୍ପର୍କରେ ବୁଝିସାରିବା ପରେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଜଣାଇଥିଲେ । କିନ୍ତୁ କୌଣସି ସନ୍ତୋଷ ଜନକ ଉତର ମିଳିନଥିଲା । ତେବେ ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି କିଭଳି ଭାବେ ସରକାରଙ୍କ ନିର୍ଦ୍ଦେଶକୁ ଦାୟିତ୍ୱରେ ଥିବା ଅଧିକାରୀମାନେ ପାଳନ କରୁଛନ୍ତି । ପ୍ରଥମତଃ ବୃଦ୍ଧାଙ୍କୁ ଉପଯୁକ୍ତ ଚିକିତ୍ସା ମିଳିଲା ନାହିଁ, ଏଣେ ଅଧାବାଟରୁ ଆମ୍ବୁଲାନ୍ସ ଛାଡ଼ିଦେଇ ପଳାଇଗଲା । ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ମହୋଦୟ ଜଣକ ଏ ଅଭିଯୋଗକୁ ସେ ଅସ୍ୱିକାର କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: