କେନ୍ଦ୍ରାପଡ଼ା ବ୍ଲକ୍ ଅଧ୍ୟକ୍ଷ ଅନାମ ବନ୍ଧୁଙ୍କ ଅକାଳ ବିୟୋଗ

କେନ୍ଦ୍ରାପଡା ୧୬/୯- କେନ୍ଦ୍ରାପଡ଼ା ବ୍ଲକ୍ ଅଧ୍ୟକ୍ଷ ତଥା ବିଜେଡ଼ିର ଯୁବନେତା ଅନାମ ବନ୍ଧୁ ଧଳଙ୍କର ହୃଦ୍‌ଘାତ୍‌ରେ ପରଲୋକ ହୋଇଯାଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ଅନାମଙ୍କର ହୃଦ୍‌ଘାତ୍‌ରେ ମୃତ୍ୟୁ ହୋଇଯାଇଛି । ଏହି ଖବର ଜଣାପଡ଼ିବା ପରେ କେନ୍ଦ୍ରାପଡ଼ାରେ ଶୋକର ଛାୟା ଖେଳି ଯାଇଛି । ସେ ଚାରିଦିନ ହେବ ଜ୍ୱରରେ ପିଡ଼ିତ ରହିଥିଲେ । ଗତ କାଲି ଜ୍ୱର ଭଲ ହୋଇଯାଇଥିଲା । ହେଲେ ରାତି ୧୨ଟାରେ ତାଙ୍କର ଦୃଦ୍‌ଘାତ୍ ହୋଇଥିବା ନେଇ ପରିବାର ପକ୍ଷରୁ କୁହାଯାଇଛି । ତାଙ୍କ ମରଶରୀର ନିକଟରେ ତାଙ୍କ ଧର୍ମପତ୍ନୀ ତଥା ପ୍ରାକ୍ତନ କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ଉପାଧ୍ୟକ୍ଷା ମମତାରାଣୀ ଧଳ ଏବଂ ସଂପର୍କୀୟମାନେ ଉପସ୍ଥିତ ରହିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!