ନୂଆଦିଲ୍ଲୀ, ୧୭/ ୦୯: କେନ୍ଦ୍ରର ମୋଦୀ ସରକାରଙ୍କୁ ଝଟକା। କୃଷି ସମ୍ବନ୍ଧରେ ଅଧ୍ୟାଦେଶ ଆଣିବାକୁ ପ୍ରସ୍ତୁତ ହେଉଥିବା ମୋଦୀ ସରକାରଙ୍କୁ ବିଜେପିର ସହଯୋଗୀ ଶିରୋମଣି ଅକାଳି ଦଳ ଅଧ୍ୟାଦେଶକୁ ବିରୋଧ କରିଛି। ଗୁରୁବାର ଯେବେ ବିଧେୟକ ଲୋକସଭାରେ ଉପସ୍ଥାପିତ ହେଲା ଶିରୋମଣି ଅକାଳି ଦଳର ସାଂସଦ ସୁଖବୀର ସିଂହ ବାଦଲ ଏହାର ବିରୋଧ କରିଥିଲେ। ସେ କହିଥିଲେ ଯେ, ଏହି ଅଧ୍ୟାଦେଶ ବିରୋଧ ସ୍ଵରୂପ ହରସିମରତ କୌର ବାଦଲ ମନ୍ତ୍ରୀପଦରୁ ଇସ୍ତଫା ଦେବେ। ଏହାର କିଛି ସମୟ ପରେ ପଞ୍ଜାବର ବାଠିଡା ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ହରସିମରତ କୌର ବାଦଲ ନିଜ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ମୁଁ କୃଷକ ବିରୋଧୀ ଅଧ୍ୟାଦେଶ ଏବଂ ନିୟମକୁ ବିରୋଧ କରି କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛି। କୃଷକଙ୍କ ସହ ଝିଅ, ଭଉଣୀ ପରି ଠିଆ ହୋଇଥିବାରୁ ଗର୍ବ ଲାଗୁଛି ବୋଲି ସେ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |