କେନ୍ଦ୍ର କ୍ୟାବିନେଟ୍ ବୟନଶିଳ୍ପ ପାଇଁ ୧୦ ହଜାର ୬୮୩ କୋଟିର ଯୋଜନାକୁ ମଞ୍ଜୁରୀ

ନୂଆଦିଲ୍ଲୀ ୮।୯:କେନ୍ଦ୍ର କ୍ୟାବିନେଟ୍ ବୟନଶିଳ୍ପ କ୍ଷେତ୍ର ପାଇଁ ୧୦ ହଜାର ୬୮୩ କୋଟି ଟଙ୍କାର ପ୍ରଡକ୍ସନ୍ ଲିଙ୍କ୍ ଇନସେଣ୍ଟିଭ୍ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛି। ଏହି ପ୍ରୋତ୍ସାହନ ଦେଶରେ ଉଚ୍ଚ ମୂଲ୍ୟର ହାତ ତିଆରି କପଡା, ବସ୍ତ୍ର ଏବଂ ବୈଷୟିକ କୌଶଳ ଉପଯୋଗ କରି ବସ୍ତ୍ର ଉତ୍ପାଦନକୁ ପ୍ରୋତ୍ସାହିତ କରିବ। ଏହା ଆସନ୍ତା ପାଞ୍ଚ ବର୍ଷରେ ୧୯ ହଜାର କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ସହ ୩ ଲକ୍ଷ କୋଟିରୁ ଅଧିକ ଅତିରିକ୍ତ ଉତ୍ପାଦନ କାରବାର ଆରମ୍ଭ କରିବ ବୋଲି ଆଶା କରାଯାଉଛି। ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ଏହି ଯୋଜନାରେ ଆକାଂକ୍ଷିତ ଜିଲ୍ଲା ଏବଂ ଛୋଟ ସହରରେ ପୁଞ୍ଜି ବିନିଯୋଗ କରୁଥିବା କମ୍ପାନୀମାନଙ୍କୁ ଅଗ୍ରାଧିକାର ଦିଆଯିବ। ଏହି ନୂତନ ପୁଞ୍ଜି ବିନିଯୋଗ ଦ୍ୱାରା ୭.୫ ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରତ୍ୟେକ୍ଷ ନିଯୁକ୍ତି ସହ ପରୋକ୍ଷ ଭାବେ ଲକ୍ଷାଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ସେ କହିଛନ୍ତି। ଯୋଜନା ବିବରଣୀ ଅନୁଯାୟୀ, ବିଭିନ୍ନ ପ୍ରକାରର ପ୍ରୋତ୍ସାହନ ଢାଞ୍ଚା ସହିତ ଦୁଇ ପ୍ରକାରର ବିନିଯୋଗ ସମ୍ଭବ ହେବ।  ପ୍ଲାଣ୍ଟ, ଯନ୍ତ୍ରପାତି ଇତ୍ୟାଦି କାର୍ଯ୍ୟରେ ସର୍ବନିମ୍ନ ୩୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଇଚ୍ଛୁକ ଯେକୌଣସି ସଂସ୍ଥା ପ୍ରଥମ ପର୍ଯ୍ୟାୟରେ ଅଂଶଗ୍ରହଣ ପାଇଁ ଆବେଦନ କରିବାକୁ ଯୋଗ୍ୟ ହେବେ। ଯୋଜନାର ଅନ୍ୟ ବର୍ଗରେ ସର୍ବନିମ୍ନ ୧୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଇଚ୍ଛୁକ ସଂସ୍ଥାମାନେ ଅଂଶଗ୍ରହଣ ପାଇଁ ଆବେଦନ କରିବାକୁ ଯୋଗ୍ୟ ହେବେ। ଏଥିସହ ଆକାଂକ୍ଷିତ ଜିଲ୍ଲା, ଟାୟାର୍ ୩, ଟାୟାର୍ ୪ ସହର ଏବଂ ଗ୍ରାମାଞ୍ଚଳରେ ପୁଞ୍ଜି ବିନିଯୋଗ ପାଇଁ ଅଗ୍ରାଧିକାର ଦିଆଯିବ ଏବଂ ଏହି ପ୍ରାଥମିକ ଶିଳ୍ପ ଯୋଗୁଁ ପଛୁଆ ଅଞ୍ଚଳକୁ ଯିବାକୁ ଉତ୍ସାହିତ କରାଯିବ ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: