କେନ୍ଦ୍ର ପକ୍ଷରୁ ଟିକାକରଣର ନୂଆ ଗାଇଡଲାଇନ୍ ଜାରି

 ନୂଆଦିଲ୍ଲୀ ,୨୨।୧: ଦେଶରେ ଟିକାକରଣକୁ ଜୋରଦାର୍ କରାଯାଇଛି ।  କେନ୍ଦ୍ର ପକ୍ଷରୁ ଟିକାକରଣର ନୂଆ ଗାଇଡଲାଇନ୍ ଜାରି ହୋଇଛି । ପ୍ରିକସନ୍ ଡୋଜ୍ ସମେତ ଅନ୍ୟ ଦୁଇଟି ଡୋଜ୍ କୁ କେଉଁ ସମୟରେ ନେବା ଦରକାର ସେ ସମ୍ପର୍କରେ ଗାଇଡଲାଇନ୍ ରେ ଦର୍ଶାଯାଇଛି । ସଂକ୍ରମିତ ହୋଇଥିବା ବ୍ୟକ୍ତି ସୁସ୍ଥ ହେବାର ୩ ମାସ ପରେ ନେଇପାରିବେ ଟିକା ବୋଲି ଗାଇଡଲାଇନରେ କୁହାଯାଇଛି । ତେବେ ଏହି ଟିକାରେ ବୁଷ୍ଟର ଡୋଜ୍ ମଧ୍ୟ ସାମିଲ ରହିଛି । କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ଆସିବା ପରଠାରୁ ଦେଶରେ ପୁଣିଥରେ ଟିକାକରଣକୁ ଜୋରଦାର୍ କରାଯାଇଛି । ଏଭଳି ପରିସ୍ଥିତିରେ କେଉଁ ଭଳି ଭାବରେ ଓ କେଉଁ ସମୟରେ ଟିକା ନେବା ଉଚିତ୍ ହେବ ସେ ସମ୍ପର୍କରେ ଲୋକମାନେ ଅବଗତ ହେବା ଜରୁରୀ । କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଟିକା ନେବା ନେଇ ସଚେତନ କରାଯାଉଛି ।   ଆଇସିଏମଆର ଡିଜି ବଳରାମ ଭାର୍ଗବ କହିଛନ୍ତି ଯେ, କରୋନା ରୋଗୀ ସୁସ୍ଥ ହେବା ପରେ ଓ ଦୁଇଟି ଯାକ ଡୋଜ୍ ନେବାର ୯ ମାସ ପର୍ଯ୍ୟନ୍ତ ଶରୀରରେ ଆଣ୍ଟିବଡି ରହିଥାଏ । ଆଇସିଏମଆର୍ ଡିଜିଙ୍କ କହିବାନୁସାରେ, ଟିକାରୁ ମିଳୁଥିବା ଇମ୍ୟୁନିଟି କୁ ନେଇ ଭାରତରେ ଅଧ୍ୟୟନ କରାଯାଇଛି ଓ ଗ୍ଲୋବାଲ ସ୍ତରରେ ମଧ୍ୟ ରିସର୍ଚ୍ଚ କରାଯାଇଛି । ଏହିସବୁରୁ ଜଣାପଡ଼ିଛି ଯେ, ଟିକା ନେବା ପରେ ୯ ମାସ ପର୍ଯ୍ୟନ୍ତ ଇମ୍ୟୁନିଟି ଆମ ଶରୀରରେ ରହିଥାଏ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: