ଭୁବନେଶ୍ୱର ୧୬/୯ :- ଆନ୍ତର୍ଜାତିକ ମାନବାଧିକାର ପରିଷଦ ଓଡିଶା ମୁଖ୍ୟ ମୀନକେତନ ପଟ୍ଟନାୟକ ଲଗାତର ଭାବେ ଦୁଇ ମାସ ଧରି ରାଜ୍ୟ ତମାମ ଗସ୍ତକରି ପ୍ରତ୍ୟେକ ଜିଲ୍ଲା ବୋର୍ଡ଼କୁ କର୍ମ ଚଞ୍ଚଳ କରିବା ପରେ ଗତକାଲି ଦିଲ୍ଲୀ ଗସ୍ତ କରିଥିଲେ। ଗତକାଲି ରାତି ମୀନକେତନ ପଟ୍ଟନାୟକ ମାନବାଧିକାର ପରିଷଦର ଭାରତ ମୁଖ୍ୟ ନସିବ ଆଫରୋଜଙ୍କ ସହ ଓଡିଶା ରାଜ୍ୟର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ପରେ, ଆଜି ନସିବ ଆଫରୋଜଙ୍କ ସହ ମିଶି କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ରାମଦାସ ଅଠାବଲେଙ୍କ ସହିତ ଓଡ଼ିଶାର ବିଭିନ୍ନ କ୍ଷେତ୍ରରୁ ନିର୍ଯ୍ୟାତିତ ଏବଂ ଦୟନୀୟ ଅବସ୍ଥାରେ ରହୁଥିବା ମଣିଷ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ଥାୟୀ ବ୍ୟବସ୍ଥା ବିଷୟରେ ଆଲୋଚନା କରିଛନ୍ତି। ଆଜିର ଆଲୋଚନାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଠାବଲେ ସମସ୍ତ ବିଷୟ ଶୁଣିଲା ପରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ବିହିତ ପଦକ୍ଷେପ ନେବାକୁ ନିର୍ଭର ପ୍ରତିଶୃତି ଦେଇଥିବା ପ୍ରକାଶ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |