କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ; ୬ ମୃତ, ୧୨ ଗୁରୁତର

ବେଙ୍ଗାଲୁରୁ,୧୪/୦୪:ଆନ୍ଧ୍ରପ୍ରଦେଶ ଏଲୁରୁରେ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ବୁଧବାର ବିଳମ୍ବିତ ରାତିରେ କେମିକାଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ପରେ ବଏଲର ଫାଟିବା କାରଣରୁ ୬ଜଣଙ୍କର ମୃତ୍ୟୁ ହୋଇଛି ଓ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି ।  ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନା​‌ରେ ଭର୍ତ୍ତି କରାଯାଇଛି । କୁହାଯାଉଛି କି ନାଇଟ୍ରିକ୍‌ ଏସିଡ ଲିକ୍‌ ଯୋଗୁ ଏପରି ଅଗ୍ନିକାଣ୍ଡ ଘଟିଛି । ସୂଚନା ମୁତାବକ ପଶ୍ଚିମ ଗୋଦାବରୀ ଜିଲ୍ଲାର ଏକ୍କ୍ରିରେଡିଗୁଡେମରେ ଏହି ଅଘଟଣ ହୋଇଛି । ମୃତକ ୬ଜଣଙ୍କ ମଧ୍ୟରୁ ୪ଜଣ ବିହାରର ଥିବା ସୂଚନା ମିଳିଥିବା ବେଳେ ଏବେ ସୁଦ୍ଧା ଅନ୍ୟ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇପାରିନାହିଁ ।ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଗୁରୁତରଙ୍କ ପାଇଁ ୫ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବା ନେଇ ଘୋଷଣା ହୋଇଛି । ତାହା ସମସ୍ତ ଘଟଣା ଉପରେ ନଜର ରଖିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!