ତିରୁବନନ୍ତପୁରମ୍ ,୧୩ା୧: ଶିକ୍ଷାନୁଷ୍ଠାନଗୁଡ଼ିକରେ ଲିଙ୍ଗ-ନିରପେକ୍ଷତାର ପ୍ରସାର ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଯାଇ ‘କେରଳ ଷ୍ଟେଟ୍ କମିସନ୍ ଫର୍ ପ୍ରୋଟେକ୍ସନ୍ ଅଫ୍ ଚାଇଲ୍ଡ୍ ରାଇଟ୍ସ୍’ (କେଏସ୍ସିପିସିଆର୍) ରାଜ୍ୟରେ ଥିବା ସ୍କୁଲ୍ଗୁଡ଼ିକୁ ନିର୍ଦେଶ ଦେଇଛନ୍ତି ଯେ, ‘ସାର୍’ ଅଥବା ‘ମାଡାମ୍’ ପରିବର୍ତ୍ତେ ସ୍କୁଲ୍ ଟିଚର୍ମାନଙ୍କୁ (ଶିକ୍ଷକ) ‘ଟିଚର୍’ ବୋଲି ସମ୍ବୋଧନ କରାଯାଉ । ପିଲାଙ୍କୁ ପଢ଼ାଉଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଲିଙ୍ଗଗତ ତାରତମ୍ୟ ନରହିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ସ୍କୁଲରେ ପୁରୁଷ ଏବଂ ମହିଳା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ସମାନତା ରଖିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏଣିକି ପିଲାମାନେ ସାର୍ଙ୍କୁ ଡାକିବେ ଟିଚର ଓ ମାଡାମ୍ଙ୍କୁ ବି ଡାକିବେ ଟିଚର ।ଆମେ ଜାଣିଛନ୍ତି ପ୍ରାୟ ସବୁ ସରକାରୀ ଓ ବେସରକାରୀ ସ୍କୁଲ୍ରେ ସାର-ମାଡାମ୍, ସାର୍-ମିସ୍ ଡକାଯିବାର ପରମ୍ପରା ରହିଛି । ସେହିଭଳି ଆମ ଓଡ଼ିଶା ରେ ସାର-ଦିଦି ଡକାଯାଏ । ତେବେ ଏହି ସାର୍ ମାଡାମ୍ ପ୍ରଥା ଆମ ଓଡ଼ିଶାରେ ଉଠିନି । ଏହି ଘଟଣା ହେଉଛି କେରଳର । କେରଳ ଷ୍ଟେଟ୍ କମିଶନ୍ ପ୍ରୋଟେକ୍ସନ ଅଫ୍ ଚାଇଲ୍ଡ ରାଇଟ୍ସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । କେରଳ ଚାଇଲ୍ଡ ରାଇଟ୍ସ ପ୍ୟାନେଲ ପକ୍ଷରୁ ଏହି ନିର୍ଦେଶ ଦିଆଯାଇଛି । ଚେୟାରମ୍ୟାନ୍ କେ.ଭି ମନୋଜ କୁମାର ଏବଂ ସଦସ୍ୟ ସି ବିଜୟ କୁମାର ବୁଧବାର ଏହି ମାମଲାର ଶୁଣାଣି କରି ଶିକ୍ଷା ବିଭାଗକୁ ଏହି ନିର୍ଦେଶ ଦେଇଛନ୍ତି । ଉକ୍ତ ବେଞ୍ଚ କହିଛି ଯେ, ସବୁ ସ୍କୁଲକୁ ତୁରନ୍ତ ନିର୍ଦେଶ ଦିଆଯାଉ ସାର-ମାଡାମ୍ ବଦଳରେ ଟିଚର ବୋଲି ସମ୍ବୋଧନ କରିବେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |