କୋଏତରେ ପହଂଚିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,୧୧/୧୦:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ କୋଏତ  ଗସ୍ତରେ ଯାଇଛନ୍ତି । ରବିବାର କୋଏତ ଏୟାରପୋର୍ଟରେ ପହଂଚିଛନ୍ତି ଶ୍ରୀପ୍ରଧାନ । କୋଏତର ମନ୍ତ୍ରୀ ଡ଼କ୍ଟର ଖାଲିଦ୍ ଅଲ୍ଲୀ ଅଲ୍‌ଫେଦା କୁଏତ୍ ଏୟାରପୋର୍ଟ ଠାରେ ସ୍ୱାଗତ କରିଛନ୍ତି । କୋଏତ  ସମ୍ରାଟଙ୍କ ବିୟୋଗରେ ଭାରତର ମହାମହିମ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଶୋକବାର୍ତା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ କୋଏତ ନୂଆ ସମ୍ରାଟ୍ ଏବଂ ତୈଳ ମନ୍ତ୍ରୀଙ୍କ ସହ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । କୋଏତ ରେ ରହିଥିବା ଭାରତୀୟ ଉଦ୍ୟୋଗପତି ଏବଂ ଓଡ଼ିଆ ମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: