କୋଭିଡ କଟକଣା ମଧ୍ୟରେ ହେବ ହୋଲି ଉତ୍ସବ

ରାଜନଗର,୧୩ା୩(ପ୍ରିୟବ୍ରତ ଓଝା); ରାଜନଗର ବ୍ଲକରେ ହୋଲି ଉତ୍ସବ ବହୁ ପୁରାତନ ଉତ୍ସବ ଭାବରେ ପ୍ରସିଦ୍ଧି ରହିଛି । ଏହି ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ରାଜନଗର ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଇଆଇସି ତଥା ବ୍ଲକ ହୋଲି କମିଟ୍‌ର ସଭାପତି ତପନକୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କିମିଟ୍‌ର ସଂପାଦକ ପ୍ରଭାତଚନ୍ଦ୍ର ମିଶ୍ର, ବଣିକ ସଂଘର ସଭାପତି ଶଙ୍କର୍ଷଣ ମିଶ୍ର, ରବିନ୍ଦ୍ର ନାୟକ, ଅକ୍ଷୟ ନାୟକ, ରମେଶଚନ୍ଦ୍ର ଲାଲ, ନାରାୟଣ ମାହୁଁନ୍ତ, ମହେଶ୍ୱର ନାୟକ, ଚିତରଂଜନ ଦାସ, ଅନିରୁଦ୍ଧ ପରିଡା, ସତ୍ୟବାନ ସେଠୀ, ଦୋଳଗୋବିନ୍ଦ ଜେନା, ଅଭିରାମ ଦାସ, ବିଚିତ୍ର ମଳିକ, ଗଙ୍ଗାଧର ସେଠୀ, ନୃସିଂହ ପଢିହାରୀ, ସନ୍ୟାସୀ ରାଉଳ, ସୁବାଷ ସାହୁ, ନୃସିଂହ ଲେଙ୍କା, ବାଇଧର ସେଠୀଙ୍କ ସହ ସମସ୍ତ ସଦସ୍ୟ ଓ ବିଭିନ୍ନ ହୋଲି କମିଟ୍‌ର କର୍ମକର୍ତାମାନେ ଯୋଗଦେଇ ମତାମତ ପ୍ରଦାନ କରିଥିଲେ । ସୀମିତ ସଦସ୍ୟଙ୍କୁ ନେଇ ହୋଲି ବିମାନ ଆଣିବେ, ଡିଜେ ବାଜିବ ନାହିଁ ନିଷ୍ପତି ନିଆଯାଇଛି । କୋଭିଡ କଟକଣା ମଧ୍ୟରେ ଚଳିତବର୍ଷ ହୋଲି ଉତ୍ସବ ପାଳନ ହେବ ବୋଲି ନିଷ୍ପତି ନିଆଯାଇଛି । ସୂଚନା ଥାଉକି, କନିକା ରାଜାଙ୍କ ସମୟରୁ ଚାଲିଆସୁଥିବା ଏହି ଉତ୍ସବ ୭୦ଦଶକ ପୂର୍ବରୁ ବନ୍ଦ ହୋଇଯାଇଥିଲା । ପୁନର୍ବାର ୧୯୭୩ ମସିହାରୁ ଏହି ବ୍ଲକରେ ହୋଲି ଉତ୍ସବ ଏକ ଅନନ୍ୟ ଉତ୍ସବ ଭାବରେ ପାଳିତ ହୋଇଆସୁଛି । ସମଗ୍ର ବ୍ଲକର ବିଭିନ୍ନ ଗାଁରୁ ହୋଲି କମିଟ୍‌ର ବିମାନଗୁଡିକ ବ୍ଲକ ସଦର ମହକୁମାକୁ ଆସିଥାନ୍ତି । ଏଠାରେ ମେଲଣ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହି ବ୍ଲକସ୍ତରୀୟ କମିଟ୍‌ର ରାଜନଗର ଥାନାଧିକାରୀମାନେ ସଭାପତି ରହିଆସିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: