କୋଭିଡ ଯୋଦ୍ଧା ଟି.ରବି ସୁବୁଦ୍ଧିଙ୍କ ଏକାଦଶ  ଶ୍ରାଦ୍ଧ ଦିବସ ପାଳିତ

ବ୍ରହ୍ମପୁର,୯/୯(ମନୋଜ ପାତ୍ର):ପୁରୁଣା ବ୍ରହ୍ମପୁର ନିକଟସ୍ଥ ପ୍ରହ୍ଲାଦ ନଗର ସ୍ଥିତ ମାଁ ମାଳୁଆଣି ଜନ କଲ୍ୟାଣ ସଙ୍ଘ ତରଫରୁ କରୋନା ଯୁଦ୍ଧରେ ସହିଦ ହୋଇଥିବା ଫର୍ମାସିଷ୍ଟ ଟି.ରଵି ସୁବୁଦ୍ଧିଙ୍କ ଏକାଦଶ  ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।ପିତା ସ୍ଵର୍ଗତ ଟି. ହରିଦାସ ସୁବୁଦ୍ଧି ଓ ମାତା ସ୍ବର୍ଗତ ଟି. କଲ୍ୟାଣ ସୁବୁଦ୍ଧିଙ୍କ ଠାରୁ ୨୦-୨-୧୯୬୫ ଜନ୍ମ ଗ୍ରହଣ କରିଥିଲେ। ଶିକ୍ଷା ସମାପ୍ତି ପରେ ସ୍ବର୍ଗତ ଶ୍ରୀ ସୁବୁଦ୍ଧି ୧୯୮୯ ମସିହାରୁ କଳାହାଣ୍ଡି ଜିଲ୍ଲାରେ ନିଜର କର୍ମମୟ ଜୀଵନ ଆରମ୍ଭ କରିଥିଲେ ।ପରେ ଗଞ୍ଜାମ ଜିଲ୍ଲାର ଗୌତମି,ସିଧେସ୍ଵର,ସୁରୁଙ୍ଗି ଓ ନୁଆ ପେଣ୍ଟ ଆଦି ସ୍ଵାସ୍ର୍ତ୍ୟ କେନ୍ଦ୍ରରେ କାମ କରି ଲୋକଙ୍କ ପ୍ରିୟଭାଜନ ହୋଇପାରିଥିଲେ ।ଗତ ୩୦-୮-୨୦ କୋରୋନା ଯୁଦ୍ଧରେ ପରାଜୟ ହୋଇ ସୋହିଦ୍ ହୋଇ ଅଞ୍ଚଳବାସୀଙ୍କୁ ଓ ପରିବାରଙ୍କୁ ଶୋକାକୁଳ ପରିବେଶ ଛାଡି ଆର ପାରିକୂ ଚାଲିଯାଇଥିଲେ ।ଆଜିର ଏହି ଶ୍ରାଦ୍ଧ ଦିବସରେ ଅନିଲ କୁମାର ଚୌଧୁରୀ, ବିଷ୍ଣୁ ପ୍ରସାଦ ତ୍ରିପାଠୀ, ରମେଶଚନ୍ଦ୍ର ବେହେରା, ସୀମାଞ୍ଚଳ ପୃଷ୍ଟି, ଗୋପାଳ କୃଷ୍ଣ ସାହୁ, ବିଜୟ କୁମାର ପଣ୍ଡା ଓ ସମୋନ ମହାରଣା ଉପସ୍ଥିତ ରହି ସ୍ବର୍ଗତ ଶ୍ରୀ ସୁବୁଦ୍ଧିଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିଥିଲେ। ବିଧବା ପତ୍ନୀ ଟି.ରୁକ୍ମିଣି ସୁବୁଦ୍ଧି ଝିଅ ରୋଶନୀ ଏବଂ ପୁଅ ରୋଶନକୁ ସତସାହସ ଜଣାଇ ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!