କୋରାପୁଟରେ ଭୂକମ୍ପ ଝଟକା

ଟିକିରି,୩ା୩ :  ଆଜି ସକାଳ ୫.୫ ମିନିଟରେ କୋରାପୁଟ ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି । ଲୋକମାନେ ଭୋର ସମୟରେ ଉଠିବା ସମୟରେ ଝଟକାଗୁଡ଼ିକ ଦୋହଲୁଥିବା ଦେଖିବାକୁ ପାଇଥିଲେ । ଏଥିସହିତ ଘରର ଅନ୍ୟ ସବୁ ଜିନିଷପତ୍ର ମଧ୍ୟ ହଲୁଥିବା ଜଣାପଡ଼ିଥିଲା । ଫଳରେ ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ଦୌଡ଼ିଥିଲେ । ଜିଲ୍ଲାର ନାରାୟଣପାଟଣା ଓ ଲକ୍ଷ୍ମୀପୁରରେ ଏହି ଘଟଣା ଦେଖିବାକୁ ମିଳିଥିଲା । ଜଗଦଳପୁରଠାରୁ ୧୨୯ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ରିକ୍ଟର ସ୍କେଲରେ ୩.୮ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ କ୍ଷୟକ୍ଷତି ବାବଦରେ କୌଣସି ତଥ୍ୟ ମିଳିନାହିଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!