କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂଆ କୂଳପତି ହେଲେ ଚକ୍ରଧର ତ୍ରିପାଠୀ

କୋରାପୁଟ, ୧୩।୯:କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ କୂଳପତି ଭାବେ ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କୁ ନିଯୁକ୍ତି ମିଳିଛି ।   ପଶ୍ଚିମବଙ୍ଗର ବିଶ୍ବଭାରତୀ ଓ ଶାନ୍ତିନିକେତନରେ ସେ ବର୍ତ୍ତମାନ ପ୍ରଫେସର  ଭାବେ କାର୍ଯ୍ୟରତ ରହିଛନ୍ତି । ପ୍ରଫେସର ଆଇ.ରାମବ୍ରହ୍ମଙ୍କର ଦେହାନ୍ତ ପରେ ଦୀର୍ଘ ବର୍ଷେ ହେଲା ଏହି ପଦବୀ ଖାଲି ପଡିଥିଲା । ତେବେ ପଶ୍ଚିମବଙ୍ଗର ବିଶ୍ୱ ଭାରତୀ, ଶାନ୍ତିନିକେତନ ପ୍ରଫେସର ଭାବେ କାର୍ଯ୍ୟରତ ପ୍ରଫେସର ଶ୍ରୀ ତ୍ରିପାଠୀ ଏହି ବିଶ୍ୱବିଦ୍ୟାଳୟର କୂଳପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ।ସେ କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର  ନୂତନ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିବେ। ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: