କାଶୀପୁର,୪/୩:ଆଜି କୋରାପୁଟ ଲୋକ ସଭା ସାଂସଦ ସପ୍ତଗିରି ଉଲ୍ଲାକା କାଶୀପୁର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି ।ସାଂସଦ ଆଜି ଟିକିରି ରେ ପହଞ୍ଚିବା ପରେ ଦକୀୟ କଂଗ୍ରେସକର୍ମୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।ସାଂସଦ ଙ୍କ ସହିତ ରାୟଗଡ଼ା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ,ବିଧାୟକ ପ୍ରାର୍ଥୀ ଆପଲ ସ୍ୱାମୀ କାଦ୍ରକା ପ୍ରମୁଖ ଉପସ୍ଥିତ ଥିଲେ ।ସ୍ଥାନୀୟ ସୋରିଷ ପଦର ଛକରେ ଅନୁଷ୍ଠିତ ଏକ ଉଦଘାଟନ କାର୍ଯ୍ୟକ୍ରମ ରେ ଯୋଗ ଦେବାପରେ କଂସାରିଗୁଡା ଛକ ନିକଟରେ ଆୟୋଜିତ ହିଣ୍ଡାଲ କୋ ର ଆଲୁମିନା ପ୍ରକଳ୍ପ ପାଇଁ ଜମିହରା,ବିସ୍ଥାପିତ ପ୍ରଭାବିତଙ୍କ ବୈଠକ ରେ ମୁଖ୍ୟଅତିଥି ଭାବେ ଯୋଗ ଦେଇକଂସାରି ଗୁଡ଼ା ଠାରେଆଲୁମିନା ପ୍ରକଳ୍ପ ପ୍ରତିଷ୍ଠାପାଇଁ ଆନ୍ଦୋଳନ ଚାଲୁ ରଖିବାକୁ ଉଦବୋଧନ ଦେଇଥିଲେ।ଆଜକୁ ପ୍ରାୟ 13ବର୍ଷ ହେଲା ହିଣ୍ଡାଲ କୋ କାରଖାନା ପ୍ରତିଷ୍ଠା ନାଁ ରେ ଜମି ନେଇ ଲୋକଙ୍କୁ ଭୁଆଁ ବୁଲାଉଥିବା ବେଳେ ସରକାର କୋଡିଙ୍ଗା ମାଳି ବକ୍ସାଇଟ କୁ ଅନ୍ୟ ଏକ କମ୍ପାନୀ ହାତରେ ଟେକି ଦେଇଛନ୍ତି । କାରଖାନା ନାହିଁ ତ ଖଣି ନାହିଁ,କାରଖାନା ବିନା କ୍ଷତିପୂରଣ ସହ ଜମି ଫେରସ୍ତ ପାଇଁ ଲୋକଙ୍କ ଦାବି ଯଥାର୍ଥ ।ଦାବି ପୂରଣ ନେଇ ଲୋକଙ୍କ ଆନ୍ଦୋଳନ ପଛରେ ସେ ରହିବେ ବୋଲି ସାଂସଦ ସଭାରେ ଉପସ୍ଥିତ ଲୋକଙ୍କୁ କହିଥିଲେ ।ସାଂସଦ ଙ୍କ ସହିତ କଂଗ୍ରେସ ନେତା ଦୁର୍ଗା ପଣ୍ଡା, ଆପଲ ସ୍ୱାମୀ, କାଦ୍ରକା, ପୂର୍ବତନ ଲକ୍ଷ୍ମୀପୁର ବିଧାୟକ କୈଳାଶ କୁଲିଶିକା,ବିଜୟ ରତ୍ନ ଚୌଧୁରୀ ପ୍ରମୁଖ ମଞ୍ଚସିନ ଅତିଥି ଭାବେ ଯୋଗ ଦେଇଥିଲେ ।ସାଂସଦଙ୍କ ପ୍ରତିନିଧି ସଦାନନ୍ଦନାୟକ, ନରେନ୍ଦ୍ର ନାୟକ, ଗୌରୀ ନାୟକ, ରାଜେନ୍ଦ୍ର ଦୁରିଆ, ଜିଜୁରୁ ମାଝୀ ସହିତ ଅନ୍ୟ କଂଗ୍ରେସ କର୍ମୀ ମାନଙ୍କ ସହିତ ବିଜେପି ନେତା ନୀଳାଦ୍ରି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।ଡ଼ଉଲରତ୍ନ ଚୌଧୁରୀ,ଅଖିଳ ଝୋଡ଼ିଆ ସହ ଅନ୍ୟମାନେ କାର୍ଯ୍ୟକ୍ରମ କୁ ପରିଚାଲନା କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |