ସୁବର୍ଣ୍ଣପୁର,୫/୧:ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଚନ୍ଦ୍ରମଣି ଦାସ ସମାଧି ପୀଠ, ବାଘପାଲି ଗ୍ରାମରେ ବଉଳ ଯାତ୍ରା ଅବସରରେ “କୋଶଲି କବିତା ଆସର” ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଓ ସମ୍ପାଦକ ଶ୍ରୀଯୁକ୍ତ ମକୁନ୍ଦ ଧରୁଆ ବୀରମହାରାଜପୁର ବ୍ଲର୍କ ଅନ୍ତର୍ଗତ ତେନ୍ତୁଳିମହଦା ଗ୍ରାମର କବି ସଞ୍ଜୟ କୁମାର ମିଶ୍ରଙ୍କୁ ମାନପତ୍ର ପ୍ରଦାନକରି ସମ୍ମାନୀତ କରିଛନ୍ତି।ଏହା ପୂର୍ବରୁ ମଧ୍ୟ ଶ୍ରୀଯୁକ୍ତ ମିଶ୍ର ଅନେକ ଅନୁଷ୍ଠାନରୁ ସମ୍ମାନୀତ ହୋଇଥିବା ଜଣାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |